କେନ୍ଦ୍ରାପଡା-୨୧/୦୫ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଗୁରୁବାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ମାନଙ୍କ ଭେଟି ଥିବାର ଜନା ପଡିଛି । କେନ୍ଦ୍ରାପଡା ବ୍ଲକ ଅଧିନ ପୁରୁଷୋତମପୁର ପଂଚାୟତର ମାନପାଟଣା ଗ୍ରାମର ଭଗବାନ ବେହେରାଙ୍କ ଘରେ ପହଁଚି କ୍ଷତିଗ୍ରସ୍ତ ଗୃହ ଦେଖିଥିଲେ ।

ଏହା ସହ ଅମ୍ପାନ ବାତ୍ୟାରେ ତାଙ୍କର ଏକ ଗାଈ ମରି ଯାଇଥିବାରୁ ଜିଲ୍ଲା ମୁଖ୍ୟ ପଶୁ ସଂପଦ ଅଧିକାରୀଙ୍କୁ ସୂଚନା ଦେବା ସହ ପଶୁ ଚିକିସôାଳୟର ଭିଏସ ଓ ଏଲଆଇ ପ୍ରମୁଖ ଘଟନା ସ୍ଥଳରେ ପହଁଚି ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତାଙ୍କର ଏହି ଗ୍ରସ୍ତ ସମୟରେ ବିଜେଡି ଜିଲ୍ଲା କୃଷକ ସଭାପତି ସୋ÷ମେନ୍ଦ୍ର ଦାସ, ଅନନ୍ତ ଚରଣ ରାଉତ , ପ୍ରଦୀପ ବେହେରା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here