ବନ୍ତ,୨୧ ।୦୫ : ବାତ୍ୟା ‘ଅମ୍ଫାନ’ରେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ଗଛ ପଡି ଘର ଭାଙ୍ଗି ଥିବା ଖବର ମିଳିଛି । ବସନ୍ତିଆ ପଞ୍ଚାୟତ ବରକୋଣା ଗ୍ରାମରେ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓ ବିବେକ କୁମାର ସ୍ୱାଇଁଙ୍କର ଘର ଗଛ ପଡି ଭାଙ୍ଗିଥିବା ବେଳେ ଓଡ୍ରାଫ୍ ଟିମ୍ ପହଞ୍ଚô ଗଛ କଟା ଯାଇ ସଫା କରାଯାଇଛି ।

ବନ୍ତ ପଞ୍ଚାୟତ କୁମ୍ଭକରାଳ ଗ୍ରାମର ବିନୋଦ ଜେନାଙ୍କର ଘର ବାତ୍ୟାରେ ଭାଙ୍ଗି ଥିବା ଜଣାଯାଇଛି । ଆଗରପଡା ଅଞ୍ଚଳର ପାହାଡପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କର ଘର ଛପର ଉଡିଯାଇଥିବା ବେଳେ ପୁରୁଷଣ୍ଢ ଗ୍ରାମରେ ଜଣକର ଘର କାନ୍ଥ ପଡି ଯାଇଛି । ସେହିପରି ପୁରୁଷଣ୍ଢ, ଆଡିଆ ସମେତ ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ନେଇ ଲୋକ ମାନେ ରାଜସ୍ୱ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇ କ୍ଷୟକ୍ଷତି ଆକଳନ କରାଯାଉଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here