ଆପଣ ମାନେ ଏହାକୁ ଚମତ୍କାର ଭାବନ୍ତୁ କିମ୍ବା ଅନ୍ଧ ବିଶ୍ୱାସ କିନ୍ତୁ ଏମିତି ଗୋଟିଏ ସହର ଅଛି ଯେଉଁଠାକୁ ଲୋକମାନେ ଗଲେ ପଥର ହୋଇ ଯାଇଥାନ୍ତି l ଆଜି ମଧ୍ୟ ଲୋକମନେ ସେଠାକୁ ଡରି ଯାଆନ୍ତିନାହିଁ l ଆମେ ଆଜି ଜାଣିବା ରାଜସ୍ଥାନର ବାଡ଼ମେର ପାଖରେ ଥିବା କୀରାଡ଼ୁ ସହରର ସତ୍ୟ କଣ l କୁହାଯାଏ ଯେ ରାଜସ୍ଥାନର ବାଡ଼ମେର ପାଖରେ ଏମିତି ଗୋଟିଏ ଗାଁ ଅଛି ,ଯାହାର ମନ୍ଦିର ଓ ପୁରୁଣା ଭଙ୍ଗlଘର ଗୁଡିକରେ ରାତିରେ ପାଦ ରଖିବା ମାତ୍ରେ ସବୁଦିନ ପାଇଁ ପଥର ହୋଇ ଯାଇଥାନ୍ତି l ଆଜି ଏହି ବିଷୟରେ କେହିବି ଏଠାରେ ରହି ଜାଣିବା ପାଇଁ ସାହସ କରି ନାହାଁନ୍ତି l

କୁହାଯାଏ ଯେ ଗୋଟିଏ ସମୟ ଥିଲା ଯେତେବେଳେ ଏହି ଜାଗା ସାଧାରଣ ଜାଗାପରି ଚଳଚନ୍ଚଳରେ ଭାରି ରହୁଥିଲା ,ଲୋକମାନେ ଏଠାରେ ହସଖୁସିରେ ଜୀବନ ବିତାଉଥିଲେ l ଏଠାରେ ସମସ୍ତ ପ୍ରକାରର ସୁଖ ସୁବିଧା ଉପଲବ୍ଧ ଥିଲା l କିନ୍ତୁ ହଠାତ ଦିନେ ଏହି ସହରର ସବୁକିଛି ବଦଳି ଯାଇଥିଲା l ଏହା ପ୍ରାୟ ୯00 ବର୍ଷ ପୂର୍ବର କଥା l ସେତେବେଳେ ଏଠାରେ ପରମlରୋ ରାଜବଂଶର ଶାସନ ଚାଲିଥିଲା l ସେହି ସମୟରେ ଏହି ସହରରେ ଜଣେ ସିଦ୍ଧସନ୍ଥ ଆସି ପହଁଞ୍ଚି ଥିଲେ l କିଛିଦିନ ସେଠାରେ ରହିବl ପରେ ସେ ତୀର୍ଥ କରିବାକୁ ବାହାରିଲେ ଓ ତାଙ୍କର ସାଥି ମାନଙ୍କୁ ସ୍ଥାନୀୟ ଲୋକଙ୍କ ସlହlରlରେ ଛାଡି କହିଗାଲେ ଯେ “ତୁମେ ମାନେ ମୋର ସାଥୀମାନଙ୍କୁ ଖାଦ୍ୟ ଓ ପାନୀୟ ଦେଇ ଯତ୍ନ ସହକାରେ ରଖିବ l ”

ସନ୍ଥ ଜଣଙ୍କ ଯିବା ପରେ ସମସ୍ତ ଶିଷ୍ୟ ଅସୁସ୍ଥ ହୋଇଗଲେ l ଏହି ସମୟରେ ଗୋଟିଏ କୁମ୍ଭlରୁନି କୁ ଛାଡି କେହିବି ତାଙ୍କର ସହାୟତା କଲେ ନାହିଁ l ଅନେକ ଦିନ ଗଲା ପରେ ଯେବେ ସନ୍ଥ ଜଣକ ଫେରିଲେ ଦେଖିଲେ ଯେ ତାଙ୍କର ସମସ୍ତ ଶିଷ୍ୟ ଖାଦ୍ୟ ବିନା ଅସୁସ୍ଥ ହୋଇ ପଡିଛନ୍ତି l ଏହା ଦେଖି ସେ କ୍ରୋଧରେ ଜର୍ଜରିତ ହୋଇଗଲେ l ଏହା ପରେ ନିଜ କମଣ୍ଡଳରୁ ଜଳ ବାହାର କରି କହିଲେ ଯେ ଯିଏ ଯୋଉ ଅବସ୍ଥାରେ ଅଛ ପଥର ହୋଇଯାଅ l ଯେଉଁ କୁମ୍ଭlରୁନି ତାଙ୍କର ଶିଷ୍ୟ ମାନଙ୍କର ଯତ୍ନ ନେଇଥିଲା ତାକୁ କହିଲେ ତୁ ସାନ୍ଧ୍ୟ ପୂର୍ବରୁ ଏହି ଜାଗା ଛାଡି ଚାଲିଜା ,ଗଲାବେଳେ ପଛକୁ ବୁଲି ଦେଖିବୁ ନାହିଁ l କିନ୍ତୁ ସେ ଗଲାବେଳେ ପଛକୁ ଚାହିଁ ଦେବାରୁ ସେ ମଧ୍ୟ ପଥର ହୋଇ ଗଲା l

ଏହି କାରଣରୁ ଆଜି ମଧ୍ୟ କୌଣସି ଲୋକ ସେଠାକୁ ଜାନ୍ତିନାହିଁ l ଏଠାରେ ମିଳିଥିବା ସିଳାଲେଖ ଗୁଡିକ ଓ ଐତିହାସିକ ମାନଙ୍କ ମତରୁ ଜଣl ପଡେ ଯେ ୧୧ ଶତାବ୍ଦୀ ବେଳକୁ ଏଠାରେ ଥିବା ମନ୍ଦିର ମାନଙ୍କର ନିର୍ମାଣ ହୋଇଥିଲା l ଏହାକୁ ପରମାର ବଂଶର ରାଜା ଦୁଳସାଳରାଜ ଓ ତାଙ୍କର ବଂଶଜ ମାନେ ତିଆରି କରିଥିଲେ l ଏଠାରେ ମୁଖ୍ୟତଃ ପାଞ୍ଚଟି ମନ୍ଦିର ଦେଖିବାକୁ ମିଳିଥାଏ l ଆଜି ଏହି ଜଗlଟି ସଂପୃଣ୍ଣ ଜନଶୂନ୍ୟ ହୋଇଯାଇଛି l ଭାରତର ପ୍ରତ୍ନତତ୍ୱ ବିଭାଗ ମଧ୍ୟ ଏହି କଥାକୁ ସତ ଭାବିଥାଏ l

LEAVE A REPLY

Please enter your comment!
Please enter your name here