ଚଣ୍ଡିଖୋଲ : କରୋନା ମହାମାରୀ ବ୍ୟାପିବା ପରେ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଶହ ଶହ ସଂଖ୍ୟାରେ ଲୋକ ବସ ଓ ଟ୍ରେନ୍ ଯୋଗେ ଯାଉଥିଲା ବେଳେ ଗରିବ ଶ୍ରମିକମାନେ ଅର୍ଥ ଅଭାବରୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଦେଇ ଦୈନିକ ଏହିଭଳି ଶହ ଶହ ପଥଚାରୀ ଯାଉଛନ୍ତି ।

ଚାଲିଚାଲି ଯିବା ସମୟରେ କିଏ ଥକା ହୋଇ ଟିକେ ବିଶ୍ରମ ନେବା ପାଇଁ ଛାଇଟିକେ ଉରୁଣ୍ଡୁଥିବା ବେଳେ ଅନ୍ୟ କେହି ଭୋକ ଓ ତୁଷ୍ଣା ମେଣ୍ଟାଇବା ପାଇଁ ଡ଼ହଳ ବିକଳ ହେଉଛନ୍ତି । ଚଣ୍ଡିଖୋଲ ଛକ ଠାରେ ପ୍ରୟାସ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ପ୍ରତେକ ଦିନ ପ୍ରାୟ ୨ଶହ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଉଛି । ସେହିପରି ସନ୍ଧ୍ୟା ସମୟରେ ସ୍ଥାନୀୟ ଯୁବ ସମାଜସେବୀ ପ୍ରମୋଦ ଜେନା, ସମରେନ୍ଦ୍ର ମାହାଲା, ତ୍ରିଲୋଚନ ବେହେରା ଓ ଅନନ୍ତ ସ୍ୱାଇଁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ପ୍ରତେକ ଦିନ ପ୍ରଦାନ କରିଆସୁଛନ୍ତି ।

ପ୍ରୟାସ ପକ୍ଷରୁ ସମ୍ପାଦକ ଭାରତ ଭୁଷଣ ପଣ୍ଡା, ହେମଶ ଜେନା, ମୋହନ ମହାରଣା, ବସନ୍ତ ପଳେଇ, ବବତୋଷ ବିଶ୍ୱାଳ, ମକରଧ୍ୱଜ ଦାସ, ଶୁଶାନ୍ତ ନାୟକ, ରୁପକ ଜେନା ପ୍ରମୁଖ ଖାଦ୍ୟ ପ୍ରସ୍ତତ କରି ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ସେହିପରି ଶନିବାର ଦିନ ମୁସକାନ ବିସ୍କୁଟ ପକ୍ଷରୁ ପରିଚାଳନା ନିଦେ୍ର୍ଦଶକ ସୁନିଲ ମୁରାରକା, ଗୋବର୍ଦ୍ଧନ ମଠର ମୁଖ୍ୟ ମାତୃଦତ୍ତ ମିଶ୍ର ମହାବିନାୟକ ଠାରେ ମାଙ୍କଡ଼ ଓ ଗାଈଙ୍କୁ ଖାଦ୍ୟ ପ୍ରଦାନ ସହ ଚଣ୍ଡିଖୋଲ ଠାରେ ପଥଚାରୀମାନଙ୍କୁ ବିସ୍କୁଟ ଓ ପାନୀୟ ଜଳ ପ୍ରଦାନ କରିଥିଲେ । ବଡ଼ଚଣା ଥାନା ଅଧିକାରୀ ପ୍ରୀୟବ୍ରତ ରାଉତଙ୍କ ତତ୍ତ୍ୱବଧାନରେ ବାହାରୁ ରାଜ୍ୟକୁ ଚାଲି ଜାଲି ଯାଉଥିବା ଲୋକମାନଙ୍କୁ ଟ୍ରାଫିକ ପୋଲିସ ସହାୟତାରେ ଟ୍ରକ ଓ ଅନ୍ୟ ଗାଡ଼ି ସହଯୋଗରେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବାକୁ ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here