ବିରିଡି ; କରୋନା ମୁକାବିଲା କରିବାରେ ବିରରିଡି ବ୍ଲକର ମଙ୍ଗୁଲି ସ୍ଥିତ ଆଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ବସୁମାତା ସବୁଠୁ ଆଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ନିରନ୍ତର ଭାବେ କରୋନା ଯୁଦ୍ଧରେ ଲୋକମାନଙ୍କୁ ସେବା ଯୋଗାଇ ଆସୁଛି ସଂଗଠନ । ସଂଗଠନର ସ୍ଥାୟୀ ସଂମ୍ପାଦକ ସମାଜସେବୀ ଗୟାଧର ମହାନ୍ତିଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ବିରିଡି ବ୍ଲକର ବଡ ଖଣ୍ଡେଇତା ରେ ପ୍ରବାସୀଙ୍କ ପାଇଁ କରାଯାଇଥିବା ସଙ୍ଗରୋଧ ଗୃହ , ଅଲାଣ୍ଡୋରେ ଗ୍ରାମବାସୀଙ୍କ ପାଇଁ କରାଯାଇଥିବା ସଙ୍ଗରୋଧ ଗୃହ, ବତୀମିରା ର କାଳିଆବୁଦା ବିଦ୍ୟା ନିକେତନ ରେ କରାଯାଇଥିବା ସଂଗରୋଧ କେନ୍ଦ୍ର, ଶଙ୍ଖପୁରର ସସରସୁଧା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ର ସମେତ ଅଲାଣ୍ଡୋ ପଂଚାୟତ କାର୍ଯ୍ୟାଳୟ, ଅଲାଣ୍ଡୋ ପୋଷ୍ଟ ଅଫିସ  ପ୍ରଭୃତି ସାନିଟାଇଇଜର ବା ବିଶୋଧିତ କରିବା ସହ ସେଠାରେ ଉପସ୍ଥିତ ସରପଂଚ, ଅଙ୍ଗନଓାର୍ଡୀ କର୍ମି, ଆଶା କର୍ମି, ସ୍ୱାସ୍ଥ୍ୟ କର୍ମି ବ୍ଲକ କର୍ମଚାରିମାନଙ୍କୁ ମାସ୍କ ବଂଟନ କରିଥିଲେ ।

ଏହି ସବୁ ସଂଘରୋଧ କେନ୍ଦ୍ରକୁ ବସୁମାତା ସଂଗଠନର ଅନ୍ୟ ଦୁଇ ଜଣ ସହଯୋଗୀ ସୁରେଶ କୁମାର ଜେନା ଓ ଭୀମସେନ ରାଉତରାୟ ସ୍ପ୍ରେ ମେସିନ ସାହାର୍ଯ୍ୟରେ ସିଚନ କରି ବିଶଶୋଧିତ କରିଥିଲେ । ଏଥରେ ସରପଂଚ ବାବୁଲି ସ୍ୱାଇଁଂ, ରଂଜିତା ବେହେରା, ରଶ୍ମି ରଂଜନ ବେହେରା , ସମାାଜସେବୀ ପ୍ରମୋଦ ବେହେରା, ରଶ୍ମି ରଂଜନ ଉତରାୟଙ୍କ ସମେତ ସ୍ୱାସ୍ଥ୍ୟ କର୍ମି ଶଶିକ୍ଷକ, ଅଙ୍ଗନଓାର୍ଡୀ କର୍ମି, ଆଶା କର୍ମି ଓ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ନନ୍ଦ  ଉପସ୍ଥିତ ଥିôଲେ  ।

LEAVE A REPLY

Please enter your comment!
Please enter your name here