ଗୋପ : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୁତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ସାମୁଦ୍ରିକ ଝଡ଼ବ୍ୟାତାର ରୂପ ନେଇଛି ।ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଆମ୍ଫନ କୁ ନେଇ ଏଭଳି ପୂର୍ବ ଅନୁମାନ କରିଛି ।
ତେବେ ସାମ୍ଭାବ୍ୟ ବାତ୍ୟା ମୁକାବିଲା କରିବା ଲାଗି ପୁରୀ ଜିଲ୍ଲା ଗୋପ ବ୍ଲକ ପ୍ରଶାସିନ ସ୍ତରରେ ପାକ ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୋପ ବ୍ଲକ କାର୍ଯ୍ୟାଳୟରେ ପହଁଚି ସମୀକ୍ଷା କରିବା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ସେହିପରି ଆବଶ୍ୟକତା ଅନୁଯାଇ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ପରାମର୍ସ ଦେଇଥିବା ବେଳେ ଫନିରେ ଘର ଭାଙ୍ଗିଥିବା ଓ ପାଲ ଟାଣି ରହୁଥିବା ପରିବାର ଗୁଡିକୁ ସ୍ତାନୀୟ ବିଦ୍ୟାଳୟ ରହିବାର ବ୍ୟବସ୍ଥା କରିବାକୁ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କୁ ନିର୍ଦେଶ ଦେବାସହ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ।
ପରେ ମନ୍ତ୍ରୀଶ୍ରୀ ଦାସ ଗୋପ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ପହଁଚି ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି । ଏହି ପକ ପ୍ରସ୍ତୁତି ବୈଠକରେ ତହସିଲିଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସମେତ ବ୍ଲକର ସମସ୍ତ ଲାଇନ ଅଧିକାରୀ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here