ବୋଲଗଡ,୦୪.୦୯ : ବୋଲଗଡ ଶିକ୍ଷାବ୍ଲକ ଖଙ୍ଗୁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୋଡାପଡା ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବାଙ୍କନିଧି ମହାପାତ୍ର(୮୫)ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ସେଜଣେ ଛାତ୍ର ବସôଳ,ପରୋପକାରୀ,ସମାଜସେବୀ, ପରିବେଶବିତ୍,ଧର୍ମପରାୟଣ,ସ୍ନେହିଁ ଓ ମେଳାପି ବ୍ୟକ୍ତିଥିଲେ ।

ସେ ବହୁଦିନ ଧରି ମଧୁମେହ ରୋଗରେ ପିଡିତଥିଲେ । ଗୁରୁବାର ନିଜବାସଭବନରେ ବସିଥିବା ସମୟରେ ହଠାତ୍ ତଳେ ପଡିଯିବାରୁ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ମୃତୁ୍ୟ ଶର୍ଯ୍ୟାନିକଟରେ ପତ୍ନି, ପୁଅ ପ୍ରସାଦ,ଝିଅ ସୁଜାତା ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ଏକ ଶୋକାକୁଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା । ପୁଅ ପ୍ରସାଦ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତୁ୍ୟରେ ବୋଲଗଡରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here