ନୂଆଦିଲ୍ଲୀ : ଆଜିକାଲିର ଯୁବକ ଯୁବତୀ ଆଧୁନିକତାକୁ ନେଇ ଏତେ ମସଗୁଲ ହେଇ ଯାଉଛନ୍ତି ଯେ ନିଜର ସୌନ୍ଦର୍ଯ୍ୟ ବଢାଇବା ସହିତ ଅନ୍ୟକୁ ଆକର୍ଷିତ କରିବା ପାଇଁ ଶରୀରକୁ କଷ୍ଟ ଦେବାକୁ ମଧ୍ୟ ପଛାଉ ନାହାନ୍ତି l ସେହିଭଳି ଗୋଟିଏ ଘଟଣା ଫ୍ରାନ୍ସରୁ ସାମ୍ନାକୁ ଆସିଛି l ଜଣେ ବ୍ୟକ୍ତିଙ୍କୁ ଟାଟୁ କରିବାର ନିଶା ଅଟେ ଘାରିଲା ଯେ ସେ ନିଜକୁ ଟାଟୁ ଦ୍ୱାରା କଳା କରିଦେଲେ l ଏହି ବ୍ୟକ୍ତି ଜଣଙ୍କ ନିଜର ସମ୍ପୂର୍ଣ୍ଣ ଶରୀରରେ ଅଦ୍ଭୁତ ପ୍ରକାରର ଟାଟୁ କରିଛନ୍ତି ,ସେ ନିଜ ଆଖିର ଡୋଳାରେ ମଧ୍ୟ ଟାଟୁ କରିବାକୁ ପଛାଇ ନାହାନ୍ତି l

ନିକଟରେ ଏହି ବ୍ୟକ୍ତି ନିଜ ନାକ ଓ ଓଠର ଉପର ଭାଗରେ ଟାଟୁ କରିଥିଲେ କିନ୍ତୁ ଏହା ପରେ ତାଙ୍କୁ କଥା କହିବାକୁ କଷ୍ଟ ହୋଇଥିଲା l ଫ୍ରାନ୍ସରେ ରହୁଥିବା ଏହି ୩୨ ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଉଛି ଏନ୍ଥୋନୀ ଲୋଫ୍ରେଡା ,ସାମାଜିକ ଗଣମାଧ୍ୟମରେ ସେ ବ୍ଲାକ ଏଲିଅନ ନାମରେ ଲୋକପ୍ରିୟ ଅଟନ୍ତି l ସେ ସ୍ପେନରେ ନିଜ ନାକରେ ଟାଟୁ କରାଇଥିଲେ l କାରଣ ଫ୍ରାନ୍ସରେ ଏହା ଆଇନ ବିରୁଦ୍ଧ ଅଟେ l ଏନ୍ଥୋନୀ କହିଛନ୍ତି ସେ ନାକ ଓ ଉପର ପାଟିରେ ଟାଟୁ କରିବା ପରେ ନିଜ ପାଦ ଆଙ୍ଗୁଠି ଗୁଡିକୁ ମଧ୍ୟ ଅଧିକ ଟାଟୁରେ ସଜାଇବା ପାଇଁ ଚିନ୍ତା କରିଥିଲେ l

ନିଜ ଶରୀରରେ କରାଇଥିବା ଟାଟୁକୁ ସେ ସବୁବେଳେ ପ୍ରାୟ ନୂତନ ଭାବରେ ଅଧିକ କରିବା ପାଇଁ ଇଛା କରନ୍ତି l ସେ ପୂର୍ବରୁ ଗୋଟିଏ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ ,ସେତେବେଳେ ସେ ଚିନ୍ତା କରୁଥିଲେ କିଛି ଏପରି କରିବେ ଯେପରି ତାଙ୍କୁ ସମସ୍ତେ ଜାଣିବେ l ଏହାପରେ ସେ ୨୪ ବର୍ଷ ବୟସରେ ଅଷ୍ଟ୍ରେଲିଆ ଚାଲିଗଲେ ଓ ଏହାପରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ l ଏନ୍ଥୋନୀ କହିଛନ୍ତି ତାଙ୍କୁ ଡାର୍କ ରୋଲ ଅତ୍ୟନ୍ତ ପସନ୍ଦ ଅଟେ ତେଣୁ ସେ ନିଜକୁ ଏହି ଭୟଙ୍କର ଚରିତ୍ରରେ ଦେଖିବାକୁ ଚାହୁଁଛନ୍ତି l ସେ ନିଜର କଥା କହିବା ଶକ୍ତି ହରାଇ ମଧ୍ୟ ଖୁସିରେ ଅଛନ୍ତି l

LEAVE A REPLY

Please enter your comment!
Please enter your name here