ଲୋକପ୍ରିୟ ଶିଳ୍ପପତି ରତନ ଟାଟା ଦେଶର ସବୁଠୁ ଛୋଟ ନାନୋ କାର୍‌ ସ୍ୱପ୍ନକୁ ସତ କରି ଦେଖାଇଥିଲେ । ଆଜି ବି ଟାଟା ମୋଟର୍ସର ବ୍ରାଣ୍ଡିଙ୍ଗ୍‌ ରତନ ଟାଟାଙ୍କ ନାଁରେ ହେଉଛି । ତେବେ ରତନ ଟାଟାଙ୍କ ସହ ସମ୍ବନ୍ଧ ରଖୁଥିବା ୧୯୭୮ ମସିହାର ‘ବୁଇକ୍‌ ବିକ୍ରି ଅପେକ୍ଷାରେ ରତନଙ୍କ ଭିଣ୍ଟେଜ୍‌ କାର୍‌ ସ୍କାଏଲାର୍କ କାର୍‌’ ବିକ୍ରି ପାଇଁ ଉପଲବ୍ଧ । ଏହି କାର୍‌କୁ ରତନ ଟାଟା କିଣିଥିଲେ । ବିଦେଶରୁ ମଗେଇ ଥିବା ଏହି କାର୍‌ରେ ବାମ ହାତ ଡ୍ରାଇଭିଂ ସେଟ୍‌ଅପ୍‌ ଦିଆଯାଇଥିଲା । ଏବେ ସୁଦ୍ଧା ଉକ୍ତ କାର୍‌ର ଇଣ୍ଟେରିୟର ଓ ରଙ୍ଗ ଓରିଜିନାଲ ଅଛି । ବିକ୍ରି ନିମନ୍ତେ କାର୍‌ ମୂଲ୍ୟ ରହିଛି ୧୪ ଲକ୍ଷ ଟଙ୍କା । ସେହିପରି କାର୍‌ ନମ୍ବର ସ୍ୱତନ୍ତ୍ର ଯାହା ହେଉଛି ଏମଏମଏଚ୍‌-୭୪୭୪ । ପାୱାରଫୁଲ୍‌ ଭି୮ ଇଞ୍ଜିନ୍‌ ଲଗାଯାଇ ଥିବାରୁ ଦେଖିବାକୁ ଆକର୍ଷଣୀୟ । ଉକ୍ତ କାର୍‌ ବ୍ୟତୀତ ରତନ ଟାଟାଙ୍କ ପାଖରେ ବହୁ ଲଗଜରି ଗାଡି ଥିବା ଦେଖିବାକୁ ମିଳେ ।

LEAVE A REPLY

Please enter your comment!
Please enter your name here