ବନ୍ତଳା: ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ସାଧବା ନାରୀ ମାନେ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ନିଷ୍ଠା ଓ ପତିବ୍ରତା ବଳରେ ପୋରାଣିକ ଚରିତ୍ର ସାବିତ୍ରୀ ମୃତ୍ୟୁ ସହ ଲଢ଼େଇ କରି ନିଜ ସ୍ୱାମୀଙ୍କ ଜୀବନ ରକ୍ଷା କରିଥିଲେ । କିନ୍ତୁ ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମର ସୁଷମା ସାହୁ (୫୭) ବର୍ଷ ସ୍ୱାମୀ ର ଫେରିବା ବାଟକୁ ଚାହିଁ ଚାହିଁ ସତେ ଯେମିତି ଆଖିର ଲୁହ ଶୁଖି ଗଲାଣି । ସୁଷମା ମୁଁ ଫେରି ଆସିଛି ଡାକ ଶୁଣିବା ପାଇଁ କାନ ଅଧିର ହୋଇ ଯାଉଛି । ବିଭା ଘରର ଏକ ବର୍ଷ ପରେ ଗୋଟିଏ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ସୁଷମା । ବେଶ କିଛି ଦିନ ହସଖୁସିରେ ଚାଲିଥିଲା ସଂସାର ।

ପରିବାର ଚଳାଇବା ପାଇଁ ଚାଲିଗଲେ କେଉଁଆଡେ । ଆଉ ଘରକୁ ଫେରିଲେ ନାହିଁ ସ୍ୱାମୀ ବେଣୁଧର । ଦୁଇ ବର୍ଷ ପରେ ଗୋଟିଏ ଚିଠି ଆସିଥିଲା । ବାସ ତାହା ଥିଲା ଶେଷ ଚିଠି । ଇତି ମଧ୍ୟରେ ଦୀର୍ଘ ୩୫ ବର୍ଷ ବିତିଗଲାଣି । ମୂଲ ମଜୁରୀ କରି ନିଜର ଝିଅକୁ ବଡ କଲେ । ବଡ ହେବା ପରେ ଗତ ୧୦ ବର୍ଷ ହେବ ଝାଂସୀରେ ବିବାହ ଦେଲେ । ଜ୍ୱାଇଁ ଓ ଝିଅ ଙ୍କ ମୁହଁକୁ ଚାହିଁ ଦିନ କାଟିବେ ବୋଲି ଆଶା କରିଥିଲେ କିନ୍ତୁ ଝିଅ ଜ୍ୱାଇଁ ନିଜ ଶାଶୁ ଘରେ ରହିବା ପାଇଁ ଅନିଛୁକ । ଏକା ଏକା ଘରେ ରହି ଆସୁଛନ୍ତି । ସାବିତ୍ରୀ ବ୍ରତ ଆସିଲେ ଗାଁର ବୋହୂ ମାନଙ୍କୁ ଦେଖି ଆଖିରେ ଲୁହ ବହିଯାଏ ସୁଷମାଙ୍କର । ଦର୍ପଣ ଆଗରେ ନିଜକୁ ନିଜେ ସଜାଇ ହୋଇଥାନ୍ତି ସାଧବା ରୂପରେ । ଅନେକ ଲୋକ ଅନେକ କଥା କୁହନ୍ତି । କିନ୍ତୁ ମନର କଥା ମନରେ ରଖି ନିଜ ଲୁହ ନିଜେ ପିଇଯାନ୍ତି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ବେଣୁଧର କୁଆଡେ ଯାଇଛି ତାର ଖୋଜ ଖବର ନାହିଁ । ବଚିଂଛି କି ମରିଗଲାଣି କିଏ କକହିବ । ସରକାରଙ୍କ ଠାରୁ ମାସକୁ ୩୫ କି.ଗ୍ରା ଚାଉଳ ମିଳୁଛି । ଗତ ବର୍ଷ ପକ୍କା ଘର ଖଣ୍ଡେ ମିଳିଛି । ଭତା ଖଣ୍ଡେ ପାଇଁ ସମସ୍ତଙ୍କୁ ନେହୁରା ହେଉଛନ୍ତି । କିନ୍ତୁ ବୟସ ହୋଇନଥିବାରୁ ଭତା ମିଳିପାରି ନାହିଁ । ଅନ୍ୟପଟେ ସାଧବା ସୁଷମା ସ୍ୱାମୀର ଫେରିବା ବାଟକୁ ଚାହିଁ ବିଧବା ହୋଇ ପାରୁନାହିଁ । ଏବେ ସାରା ଦେଶରେ କରୋନା ମହାମାରୀ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ନିଜ ଭିଟା ମାଟିକୁ ଫେରୁଛନ୍ତି । କାଳେ ଫେରିବେ ବୋଲି ଅପେକ୍ଷା କରି ବସିଛିନ୍ତି ।

LEAVE A REPLY

Please enter your comment!
Please enter your name here