ନୂଆଦିଲ୍ଲୀ: ଦୁଇ ଦିନିଆ ଭିଏତ୍‌ନାମ୍ ଗସ୍ତ ସାରି ଫେରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଗସ୍ତବେଳେ ସୁଷମା ଭିଏତ୍‌ନାମ୍ ପ୍ରତିପକ୍ଷ ସେଲୁମକ୍ସେ କୋମାସିଥ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।

ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୃଷି କ୍ଷେତ୍ରରେ ସହଯୋଗ ଓ ସମନ୍ୱୟ ନେଇ ଦୁଇ ନେତା ଆଲୋଚନା କରିଥିବା କୁହାଯାଉଛି। ନବମ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେଇ ସୁଷମା ଏହିସବୁ କ୍ଷେତ୍ରରେ ପରସ୍ପରର ସହଯୋଗ କାମନା କରିଛନ୍ତି।

ଏହାସହ ଭିଏତ୍‌ନାମ୍‌ର ବିକାଶ ଲାଗି ୨୫୦ ମିଲିଅନ୍‌ ଡଲାର୍‌ ଦେବାକୁ ଭାରତ ପ୍ରତିଶ୍ରୁତି ଦେଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ସୂଚନା ଦେଇଛନ୍ତି।

 

Loading...

LEAVE A REPLY

Please enter your comment!
Please enter your name here