ସୁରତ: ଆକାଶରେ ଉଡ଼ିଲା ପୁଳା ପୁଳା ନୋଟ୍‌। ଗୋଟେ କି ଦୁଇଟି ନୁହେଁ ଶହ ଶହ ୨ ହଜାର ଟଙ୍କିଆ ନୋଟ୍‌କୁ ଉଡ଼ା ଯାଇଛି। ଏପରି କିଛି ଘଟଣାକୁ ନେଇ ଗୁଜରାଟ ଜାମନଗର ଅଞ୍ଚଳ ଏବେ ଚର୍ଚ୍ଚାକୁ ଆସିଛି।

ସ୍ଥାନୀୟ ବ୍ୟବସାୟୀ ଜାଡେଜା ପରିବାରର ପୁଅ ଋଷିରାଜ ଜାଡେଜାଙ୍କ ବିବାହ କାର୍ଯ୍ୟକ୍ରମରେ ବିଡ଼ା ବିଡ଼ା ନୋଟ୍‌ ଉଡ଼ା ଯାଇଥିବା ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ଏହି ବିବାହ କାର୍ଯ୍ୟକ୍ରମରେ ୯୦ ଲକ୍ଷ ଟଙ୍କା ଉଡ଼ା ଯାଇଛି। ଋଷିରାଜଙ୍କ ବରଯାତ୍ରୀ କାର୍ କିମ୍ବା ଘୋଡ଼ାରେ ନୁହେଁ ହେଲିକପ୍ଟରରେ ଯାଇଥିଲେ। ଏପରିକି ତାଙ୍କ ବିବାହ ଉତ୍ସବରେ ଋଷିରାଜଙ୍କ ଭାଇ ତାଙ୍କୁ କୋଟିଏ ଟଙ୍କାର କାର୍ ଉପହାରରେ ଦେଇଛନ୍ତି। ଏଭଳି ଆଡ଼ମ୍ବରପୂର୍ଣ୍ଣ ବିବାହକୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଜାଡେଜା ପରିବାର।

LEAVE A REPLY

Please enter your comment!
Please enter your name here