ଭୁବନେଶ୍ୱର,୧/୧୨/୨୦୧୮: ସ୍ୱେଚ୍ଛାକୃତ ଅବସର ଯୋଜନା (ଭିଆରଏସ୍‍)ରେ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଯେଉଁ ଆବେଦନ କରିଥିଲେ, ତାହାକୁ ରାଜ୍ୟ ସରକାର ୨ମାସ ବିଳମ୍ବ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ, ଅସତ୍ୟ ଏବଂ ତଥ୍ୟ ଉପରେ ଆଧାରିତ ନୁହେଁ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଶ୍ରୀମତୀ ଷଡଙ୍ଗୀ ରାଜନୀତିରେ ପାଦ ରଖୁ ରଖୁ ଡାହା ମିଛ କହିବା ଆରମ୍ଭ କରିଛନ୍ତି । ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନ ସମୟରେ ସେ ଜଣାଇଥିଲେ ଯେ ସଂଯୁକ୍ତ ରାଷ୍ଟ୍ରର ଏକ ସମାଜସେବୀ ଏନ୍‍ଜିଓରେ କାର୍ଯ୍ୟ କରିବା ପାଇଁ ଚାହୁଁଥିବାରୁ ସେ ଏହି ଅବସର ନେଉଛନ୍ତି । କିନ୍ତୁ କିଛିଦିନ ପରେ ଯେତେବେଳେ ସେ ବିଜେପିରେ ଯୋଗଦେଲେ, ସେତେବେଳେ ପ୍ରକୃତ କଥା ପଦାକୁ ଆସିଲା ଏବଂ ତାଙ୍କର ମିଥ୍ୟା ଧରାପଡିଲା । ଏ ପ୍ରକାର ମିଥ୍ୟାବାଦିତା ତାଙ୍କଠାରୁ ଆଶା କରାଯାଏ ନାହିଁ ଏବଂ ଏ ପ୍ରକାର ଅସତ୍ୟ ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଆ ସ୍ୱାଭିମାନ ବିଷୟରେ ଅନେକ କଥା କୁହନ୍ତି ଏବଂ ଅଣ ଓଡ଼ିଆ ଅଫିସରମାନଙ୍କୁ ଅତି କଟୁ ଭାଷାରେ ଲାଞ୍ôଛତ କରନ୍ତି । କିନ୍ତୁ ଶ୍ରୀମତୀ ଷଡଙ୍ଗୀଙ୍କ ଭଳି ଜଣେ ଅଣ ଓଡ଼ିଆ ବିହାରୀ ଅଫିସରଙ୍କୁ ବିଜେପିରେ ସାମିଲ କରାଇଲେ । ରାଜ୍ୟ ବିଜେପିରେ ଓଡ଼ିଆ ରାଜନେତାଙ୍କ କ’ଣ ଏମିତି ଦୁର୍ଭିକ୍ଷ ପଡିଲା ଯେ ଜଣେ ଅଣଓଡ଼ିଆ ବିହାରୀ ଅଫିସରଙ୍କୁ ଆଣିବାକୁ ପଡିଲା? ପଞ୍ଚାୟତ ଓ ୱାର୍ଡ ସ୍ତରରେ ବିଜେପିର ସଂଗଠନ ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ସେଥିପାଇଁ ବୋଧେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଅଣଓଡ଼ିଆ ବିହାରୀ ଅଫିସରଙ୍କୁ ଦଳରେ ସାମିଲ କରିବା ପାଇଁ ବାଧ୍ୟ ହେଲେ ବୋଲି ଆଜି ଦଳର ମୁଖପାତ୍ର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ।

nalco

LEAVE A REPLY

Please enter your comment!
Please enter your name here