ତାଳଚେର:-ତାଳଚେର ପୌରାଚଂଳ ଅନ୍ତର୍ଗତ ରେମୁଆଁ ଅଂଚଳରେ ଦୀର୍ଘ ଦିନ ହେଲା ନିଶା କାରବାର ହେଉଥିବା ନେଇ ଗ୍ରାମ୍ୟ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ଖଣ୍ଡୁଆଳ ଓ ଯୁବ ସମାଜସେବୀ ସୁଲେଖ ସେଠୀଙ୍କ ନେତୃତ୍ୱରେ ଗତ ମଇ ମାସ ୧୮ ତାରିଖ ଦିନ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଉପରେ ସ୍ଥାନୀୟ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ହସ୍ତକ୍ଷେପ କରିବା ପରେ ନିଶା କାରବାରକୁ ବନ୍ଦ କରିଦେଇଛନ୍ତି । ରେମୁଆଁ ଗ୍ରାମ୍ୟ କମିଟି ପକ୍ଷରୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ତାଳଚେର ପୌରାଚଂଳର ରେମୁଆଁ ଅଂଚଳଟି ଏକ ବଡ ଅଂଚଳ ଓ ଏହା ମଧ୍ୟରେ ବିଭିନ୍ନ ବର୍ଗର ଲୋକମାନେ ବାସ କରନ୍ତି । ଗତ କିଛି ବର୍ଷ ହେଲା ଏଠାରେ ବାସ କରୁଥିବା କେତେକ ଅସାଧୁ ଲୋକ ବିଭିନ୍ନ ପ୍ରକାରର ନିଶା କାରବାର କରି ଆସୁଅଛନ୍ତି । ମୁଣ୍ଡାସାହି ଠାରୁ ଆରମ୍ଭ କରି ରେମୁଆଁ ଲେବଲ୍ କ୍ରସିଂ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବ୍ୟବସାୟ କରୁଅଛନ୍ତି । ଯଥା-ଦେଶୀ ମଦ, ଗଞ୍ଜେଇ, ବ୍ରାଉନ୍ ସୁଗାର ଇତ୍ୟାଦି । କିନ୍ତୁ ଏବେ ତାହା ଚରମ ସୀମାରେ ପହଂଚି ସାରିଛି । ଅଧିକାଂଶ ପରିବାରର କୋମଳମତୀ ବାଳକମାନେ ନିଶା ସେବନରେ ଲିପ୍ତ ଥାଇ ପାଠ ପଢ଼ା ଛାଡି ଦେଲେଣି ।

ବାପା, ମାଆଙ୍କୁ ଖରାପ ପ୍ରଦର୍ଶନ କରୁଥିବାରୁ ଏବେ ମାଆମାନେ ବହୁ ଚିନ୍ତିତ ହୋଇ ଏ ଅଂଚଳରୁ କିପରି ଏହା ବନ୍ଦ ହେବ ସେଥିପାଇଁ ଗତ ତା୩୦/୭/୨୦୧୯ ରିଖ ଅପରାହ୍ନରେ ଏକ ମିଳିତ ବୈଠକ ଗତ ଗ୍ରାମ କମିଟି ଏବଂ ବିଭିନ୍ନ ମହିଳା ସଂଗଠନକୁ ନେଇ ଅନୁଷ୍ଠିତ ହୋଇଥିଲା । ଯେଉଁମାନେ ନିଶା କାରବାରରେ ସଂପୃକ୍ତ ଏବଂ ଯେଉଁମାନେ ନିଶା ସେବନ କରି ସର୍ବସାଧାରଣ ସ୍ଥାନରେ ଏବଂ ସର୍ବସାଧାରଣମାନଙ୍କୁ ଏବଂ ଗ୍ରାମର ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଓ ନୂଆସାହି ମଝି ଛକ ମାନଙ୍କରେ ଓ ଗ୍ରାମର ଶନି ମନ୍ଦିର ସମ୍ମୁଖରେ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିବେ ସେମାନଙ୍କୁ ବିରୋଧ କରିବା ସହିତ ନିଶା କାରବାରରେ ସଂପୃକ୍ତ ଅସାମାଜିକ ଲୋକଙ୍କୁ ଠାବ କରି ନିକଟସ୍ଥ ଥାନାରେ ଜଣାଇବେ ଓ ଆବଶ୍ୟକ ପଡିଲେ ସେମାନଙ୍କୁ ଧରି ଥାନାରେ ଜିମା ଦେବେ ବୋଲି ଏହି ବୈଠକରେ ନିଷ୍ପତି ହୋଇଥିଲା । ନିଷ୍ପତି ମୁତାବକ ମହିଳା ସଂଘ ମାନଙ୍କୁ ଗ୍ରାମ କମିଟି ତରଫରୁ ଗୁରୁ ଦାୟୀତ୍ୱ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ କିଛି ଦିନ ନିଶା ବ୍ୟବସାୟୀମାନେ ବ୍ୟବସାୟ ବନ୍ଦ କରି ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଏହିକି ଯେ, ଆମ୍ଭ ୱାର୍ଡକୁ ଲାଗି ଅବକାରୀ ବିଭାଗ ଓ ସଦର ଥାନା ନିକଟରେ ଥାଇ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଂଚଳବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଲକ୍ ଡାଉନ୍ ର କଠୋର ଆଇନ୍ କାନୁନ୍ କୁ ଭ୍ରୁକ୍ଷେପ ନକରି ଆଜି ପର୍ଯ୍ୟନ୍ତ ନିଶା କାରବାର ଚରମସୀମାରେ ପହଂଚି ଗଲାଣି । ଏ ବିଷୟରେ ବହୁ ପୂର୍ବରୁ ମଧ୍ୟ ନିକଟସ୍ଥ ଅବକାରୀ ବିଭାଗ ଓ ଥାନା ଅଧିକାରୀଙ୍କୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଲିଖିତ ଭାବରେ ଜଣାଇଥିଲେ । ସୂଚନାଯୋଗ୍ୟ, ଏହି ନିଶା କାରବାର ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ଯୋଗୁଁ ବନ୍ଦ ହୋଇଥିବା ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here