ଅହମ୍ମଦାବାଦ,୩/୧୨ : ଗୁଜୁରାଟର ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ ସର୍ଦ୍ଦାର୍ ପଟ୍ଟେଲ କ୍ରିକେଟ ଷ୍ଟାଡିୟମ ପୂରାପୁରି ଭାବେ ସଂପୂର୍ଣ୍ଣ ହେବାକୁ ଆସିଲାରି । ୬୩ ଏକର ଜମିରେ ଏହି ଷ୍ଟାଡିୟମକୁ ପ୍ରତିଷ୍ଠା କରାଯାଇଥିବା ସୂଚନା ମିଳୁଛି । ଏହି ଷ୍ଟାଡିୟମ ପ୍ରସ୍ତୁତ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ଷ୍ଟାଡିୟମ ପରିସରରେ ୧ ଲକ୍ଷ ୧୦ ହଜାର ଲୋକଙ୍କର ବସିବାର କ୍ଷମତା ରହିଛି । ସୂଚନା ଅନୁଯାୟୀ, ଯଦି ଷ୍ଟାଡିୟମ୍ କାମ ସମ୍ପୂର୍ଣ୍ଣ ଭାବେ ପୂରଣ ହେଲା ତେବେ ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଏସିଆ ଇଲେଭେନ ଓ ୱାର୍ଲଡ୍ ଇଲେଭେନ ମଧ୍ୟରେ ପଦର୍ଶନୀ ମ୍ୟାଚ୍ ଖେଳାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଓ ବର୍ତମାନର ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମର ଭବ୍ୟ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାର ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here