ଶ୍ରୀନଗର: ବାରମୂଳା ଜିଲ୍ଳାର ସାପୋର୍ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଆକ୍ରମଣ କାରଣରୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର (ସିଆର୍‌ପିଏଫ୍‌) ଅନ୍ୟୂନ ଚାରିଜଣ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

‘ସିଆର୍‌ପିଏଫ୍‌’ର ରାସ୍ତା ଖୋଲିବା ଦଳ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ସହ ସାପୋରର ଆଦର୍ଶ ସହରରେ ଥିବା ରାଜପଥର ସାପୋର ବାଇ-ପାସ୍‌ରେ ଗୋଟାଏ ଚେକ୍‌ପୋଷ୍ଟ୍ ରଖୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇ ଆକ୍ରମଣ କରିଥିଲେ।

ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣରେ ସିଆର୍‌ପିଏଫ୍ ଯବାନମାନେ ଗୁରୁତର ଆହତ ହୋଇଥିବା କଥା ପୁଲିସସୂତ୍ରରୁ ଜଣାପଡ଼ିଛି।

ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ ତଲାସ ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ ସେନା ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

 

LEAVE A REPLY

Please enter your comment!
Please enter your name here