01. ପୂର୍ବତଟ ରେଳପଥ ପକ୍ଷରୁ କୋଭିଡି-୧୯ ଆକ୍ରାନ୍ତ ରୋଗୀଙ୍କ ପାଇଁ 187 ଶଯ୍ୟା ବ୍ୟବସ୍ଥା l 
02. ରେଳପଥ ମେଡିକାଲ କର୍ମଚାରୀ ମାନେ ବିଭିନ୍ନ କର୍ପୋରେଟ ହସ୍ପିଟାଲ ସହିତ ଏସସିବି ମେଡିକାଲ କଲେଜ ରୁ ଆଧୁନିକ ଜ୍ଞାନକୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଛନ୍ତି l   
03. ଆରଟିପିସିଆର  ପରୀକ୍ଷଣ ପାଇଁ ସ୍ୱତନ୍ତ୍ର କିଓସ୍କ ବ୍ୟବସ୍ଥା l 

04. କୋଭିଡି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଗଲା l  
କୋଭିଡି ୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଅଛି l ପ୍ରଭାବିତ ହେଉଥିବା ରୋଗୀ ମାନଙ୍କ ଚିକିତ୍ସା ପାଇଁ ପୂର୍ବତଟ ରେଳପଥ ୧୮୭ ଶଯ୍ୟା ପ୍ରସ୍ତୁତ କରିଛି ଯାହାକି ୩୭ ଟି ରେଳବାଇ କେନ୍ଦ୍ରୀୟ ହସ୍ପିଟାଲ ଭୁବନେଶ୍ୱର ଠାରେ, ୮୦ଟି ଖୋର୍ଦ୍ଧା ରୋଡ଼ ମଣ୍ଡଳ ହସ୍ପିଟାଲରେ ଏବଂ ୭୦ଟି ୱାଲଟିଅର ରେଳମଣ୍ଡଳ ହସ୍ପିଟାଲ ଠାରେ ଉପଲବ୍ଧ ଅଛି l

ଏଥିପାଇଁ ପ୍ରତ୍ୟକ ହସ୍ପିଟାଲ ଠାରେ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ଯନ୍ତ୍ରପାତି ସହିତ ଅକ୍ସିଜେନ ଗ୍ୟାସ ପାଇପ ଲାଇନ, ଉଚ୍ଚ ପ୍ରବାହ ଅମ୍ଳଜାନ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ବ୍ୟବସ୍ଥା କରାଯାଇଅଛି l  ଏହା ବ୍ୟତୀତ, ରେଳପଥର ପ୍ରତ୍ୟକ ହସ୍ପିଟାଲ ଠାରେ ଜ୍ୱର ପାଇଁ  ସ୍ୱତନ୍ତ୍ର କ୍ଲିନିକ ମଧ୍ୟ ବ୍ୟବସ୍ଥା କରାଯାଇଅଛି l

କୋଭିଡ଼୧୯ ମହାମାରୀଙ୍କୁ ସାମ୍ନା କରିବା ସହିତ ଆଧୁନିକ ଯନ୍ତ୍ର ପାଟି ଗୁଡିକର ସୁପରିଚାଳନା ପାଇଁ ପୂର୍ବତଟ ରେଳପଥର ମେଡିକାଲ କର୍ମଚାରୀ ମାନେ ଵଉଦ୍ଭିନ୍ନ କର୍ପୋରେଟ ହସ୍ପିଟାଲ ସହିତ ଏସସିବି ମେଡିକାଲ କଲେଜ ରୁ ଆଧୁନିକ ଜ୍ଞାନକୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଛନ୍ତି l

ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ଓ ଆରଟିପିସିଆର ପରୀକ୍ଷଣ ପାଇଁ ସ୍ୱାବ ସଂଗ୍ରହ କ୍ଷେତ୍ରରେ ସ୍ୱତନ୍ତ୍ର କିଓସ୍କ ବ୍ୟବସ୍ଥା କରାଯାଇଅଛି l  ଏହି ସ୍ୱାବ/ନମୁନା ଗୁଡିକୁ ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କେନ୍ଦ୍ର ଗୁଡିକୁ ପାଠ ଯାଉଅଛି I ଆଜି ପର୍ଯ୍ୟନ୍ତ ରେଳବାଇ ହସ୍ପିଟାଲ ମାନଙ୍କ ଦ୍ୱାରା ସମୁଦାୟ ୮୫୯ ଆରଟିପିସିଆର ନମୁନା ସଂଗ୍ରହ କରାଯାଇଥିବା ବେଳେ ୮୦୩ ଟି ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯାଇଅଛି l

କୋଭିଡି-୧୯ ମହାମାରୀ ସମୟରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚାଲୁରଖାଯାଇଅଛି l  କୋଭିଡି ନିୟମାବଳୀକୁ ପୂର୍ବତଟ ରେଳପଥ ପାଳନ କରିବାକୁ ଯାଇ କାର୍ଯ୍ୟକ୍ଷେତ୍ରରେ ସର୍ବଦା ଫେସ୍ ମାସ୍କ ବ୍ୟବହାର କରିବା, ବାରମ୍ବାର ହାତକୁ ପରିଷ୍କାର କରିବା, ସାମାଜିକ ଦୂରତା ବଜାୟ ରଖିବା ଇତ୍ୟାଦି ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ଜାରି ରଖିଛି | ଏହା ବ୍ୟତୀତ, ରେଳ ପ୍ରତିଷ୍ଠାନ, କାର୍ଯ୍ୟକ୍ଷେତ୍ର, ଷ୍ଟେସନ ଏବଂ ରେଳବାଇ ପରିସର କ୍ଷେତ୍ରଗୁଡିକୁ ମଧ୍ୟ ନିୟମିତ ଭାବେ ସାନିଟାଇଜ କରାଯାଉଅଛି ଯାହାଦ୍ୱାରାକି ସଂକ୍ରମଣକୁ ପ୍ରତିହତ କରାଯାଇ ପାରିବ lସେପ୍ଟେମ୍ବର ମାସ ୨ରୁ ୪ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ସମୟରେ ୨୫ ଟି କୋଭିଡି-୧୯ ପଜିଟିଭ ମାମଲା ଚିହ୍ନଟ ହୋଇଛି ଏବଂ ସେମାନଙ୍କୁ ରେଳବାଇ ହସ୍ପିଟାଲ, ସ୍ଥାନୀୟ କୋଭିଡି ହସ୍ପିଟାଲ ରେ ଚିକିତ୍ସା କରାଯାଉଥିବା ବେଳେ କେତେକଙ୍କୁ ଆଇସୋଲେସନ ରେ ରଖାଯାଇଅଛି I ରେଳ କର୍ମଚାରୀଙ୍କ ଉଚ୍ଚ ବିପଦ ଗୋଷ୍ଠୀ, ଯଥା, ମଧୁମେହ, ଉଚ୍ଚ ରକ୍ତଚାପ, 55 ବର୍ଷରୁ ଉର୍ଦ୍ଧ କର୍ମଚାରୀ, କୋଭିଡ ସନ୍ଦିଗ୍ଧଙ୍କ ସହ ଯୋଗାଯୋଗ ଇତିହାସ କିମ୍ବା ସକରାତ୍ମକ ମାମଲା ଥିବା କର୍ମଚାରୀ ମାନଙ୍କୁ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ପକ୍ଷରୁ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ଏବଂ ଆରଟିପିସିଆର ପରୀକ୍ଷଣ ପାଇଁ ପ୍ରୋତ୍ସାହିତ କରାଯାଇଥିଲା l

ପୂର୍ବ ତଟ ରେଳପଥ ହସ୍ପିଟାଲରେ ଆଜି ପର୍ଯ୍ୟନ୍ତ ମୋଟ 283 କୋଭିଡ -19 ପଜିଟିଭ ରୋଗୀ ଙ୍କୁ ଚିହ୍ନିତ କରାଯାଇ ଚିକିତ୍ସା କରାଯାଉଥିଲା। ଆରୋଗ୍ୟ ପରେ 183 ରୋଗୀଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ 100 ରୋଗୀ ବର୍ତ୍ତମାନ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଜାରି ରଖାଯାଇଅଛି ।

LEAVE A REPLY

Please enter your comment!
Please enter your name here