ସୋର-୦୪/୦୯ : ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ କୁଡ଼େଇ ଗ୍ରାମ ସାଆନ୍ତାଣୀ ପୋଖରୀ ଆଡ଼ିରେ ମିଶନଶକ୍ତି ଗୃହର ଶିଳାନ୍ୟାସ କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ଆମ ଗାଁ ଆମ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କାର ଏହି ଗୃହର ଶିଳାନ୍ୟାସ ବେଳେ ବିଜେଡି ବ୍ଲକ ସଭାପତି କମଳାକାନ୍ତ ଘଡାଇ, ସାଧରଣ ସଂପାଦକ ଫକୀରମୋହନ ଦାସ, ପଞ୍ଚାୟତ ସଭାପତି ଦିଲ୍ଲୀପ କୁମାର ନାୟକ, ନଦୀଗାଁ ପଞ୍ଚାୟତ ସଭାପତି କରୁଣାକର ନାୟକ, ପୂର୍ଣ୍ଣଚନ୍ଦ୍ର ରଣା, ତାପସ ଚନ୍ଦ୍ର ଜେନା, ସୁବ୍ରତ ଜେନା, ବଳରାମ ଖିଲାର, କୈଳାସ ଦାସ, ଉପେନ୍ଦ୍ର ଦାସ, ଜଗନ୍ନାଥ ଦାସ, ସରୋଜ ଜେନା, ଅମିତ ଜେନା, ଜୟନ୍ତ ବାରିକ, ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଆରତି ଦାଶ ମହାପାତ୍ର ଓ ମହିଳା ମିଶନଶକ୍ତିର ସଭ୍ୟାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here