ସୋର-୦୪/୦୯ (ସ.ବ୍ୟୁ)-ସୋର ବ୍ଲକ ଅଧୀନ ଜଗନ୍ନାଥପୁର ଗ୍ରାମସ୍ଥ ଭାଗବତ ଟୁଙ୍ଗୀରେ ୨୦ ତମ ବାର୍ଷିକ ଭାଗବତ ସପ୍ତାହ ଆରମ୍ଭ ହୋଇଛି । କରୋନା କଟକଣା ପାଇଁ ସାମାଜିକ ଦୂରତା ରକ୍ଷା ସହ ବିଧି ରକ୍ଷା ସହ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ସହଯୋଗରେ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ମାନସିକଧାରୀ ଘଟ ଉତ୍ତୋଳନ କରି ଟୁଙ୍ଗୀରେ ସ୍ଥାପନ କରିବା ପରେ ପୂଜାଚର୍ଚ୍ଚନା ଆରମ୍ଭ ହୋଇଛି ।

ଏହି ଅବସରରେ ପ୍ରତିଦିନ ଭାଗବତ ପାଠ, ଭଜନ କୀର୍ତ୍ତନ ଓ ଆଲୋଚନାଚକ୍ର ଆୟୋଜିତ ହେଉଛି । ଈନ୍ଦୁମତୀ ମହାପାତ୍ର, ବାସନ୍ତୀ ମହାପାତ୍ର, ଜୟନ୍ତୀ ଷଢ଼ଙ୍ଗୀ, ସୁଚିସ୍ମିତା ପଣ୍ଡା, ମନୋରଂଜନ ମହାପାତ୍ର, ବିଜୟ କୁମାର ପଣ୍ଡା, ବିରେନ୍ଦ୍ର କୁମାର ରାଉତ, ହରିହର ମହାପାତ୍ର, ଗଜେନ୍ଦ୍ର ମହାପାତ୍ର, ବନମାଳୀ ସ୍ୱାଇଁ, ପ୍ରସନ୍ନ ମହାପାତ୍ର ଓ ବିଜୟ ଷଢ଼ଙ୍ଗୀ ପ୍ରମୁଖ ସଂକଳ୍ପ କରିଥିଲେ । ଗୈାରମୋହନ ଷଢ଼ଙ୍ଗୀ, ନାରାୟଣ ପ୍ରସାଦ ପଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି

LEAVE A REPLY

Please enter your comment!
Please enter your name here