ସୋର : ସୋର ପୌର ପରିଷଦ ଅନ୍ତର୍ଗତ ବଡ଼ଖୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେଡି ତରଫରୁ ଏକ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୋର ବିଧାୟକ ପର୍ଶୁରାମ ଧଡ଼ା ଉଦ୍ଘାଟନ କରି ସାଂପ୍ରତିକ ସଂକଟ ପରିସ୍ଥିତିରେ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ଟୋପାଏ ରକ୍ତ ଗୁରୁତ୍ୱପୂର୍ଣ୍ଣ, ଏଥିପାଇଁ ସମସ୍ତ ଯୁବବର୍ଗ ଏଥିରେ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି କହିଥିଲେ । ଏହି ଶିବିରରେ ପୂର୍ବତନ ଅଧ୍ୟକ୍ଷ ଚେମେଇ ଦାସ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୨୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ଏହି ଶିବରକୁ ବାଲେଶ୍ୱର ରେଡ଼କ୍ରସ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପରିଚାଳନା କରିଥିବା ବେଳେ ଏଥିରେ ରେଡ଼୍କ୍ରସ କାଉନସିଲର ସୂଚୀସ୍ମିତା ଦାସ, ଦେବାଶିଷ ଦତ୍ତ, ଅକ୍ଷୟ କୁମାର ଜେନା, ଅଜୟ କୁମାର ମହାପାତ୍ର, ବିନୋଦ ବିହାରୀ ଦାସ, ବିଦ୍ୟାଧର ସାହୁ ରକ୍ତ ସଂଗ୍ରରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକମରେ ସୋର ମୁ୍ୟନିସପାଲିଟି ସଭାପତି ସୁକାନ୍ତ ମିଶ୍ର, ସୋର ବ୍ଲକ ବିଜେଡ଼ି ସଭାପତି ରଂଜନ ଦାସ, ମହେଶ ବେହେରା, ଶଚ୍ଚିଦାନନ୍ଦ ଦ୍ୱିବେଦୀ, ମନୋଜ କୁମାର ରାୟ, ଯତୀନ୍ଦ୍ର ଦାସ, ତ୍ରୈଲୋକ୍ୟ ଓଝା, ଗେୀରହରି ଜେନା ପରିଚାନଳାରେ ସହଯୋଗ କରିଥିଲେ । ସ୍ଥାନୟ ଗ୍ରାମବାସୀ ଭରତ ଧଡ଼ା, ଡମ୍ବୁରଧର ଦାସ, ଲକ୍ଷ୍ମୀକାନ୍ତ ରାଉତ, ଭୀମ ଚରଣ ସାହୁ, ଲକ୍ଷ୍ମୀକାନ୍ତ ପଣ୍ଡା, ରାଧାକାନ୍ତ ନାୟକ, ଚୈତନ୍ୟ ଲେଙ୍କା, ସୁରେନ୍ଦ୍ର ପାତ୍ର, ଚନ୍ଦ୍ରକାନ୍ତ ଧଡ଼ା, ସାଗର କାଞ୍ଚôଆ, ଅନୀଲ କୁମାର ବାରିକ, ଚିତ୍ତରଂଜନ ସାହୁଏବଂ ଧୀରେନ୍ ଧଡ଼ା ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here