ସୋର : ଏଥର କରୋନା ପାଇଁ ଜୀବନ ବିକଳରେ ଘର ଫେରନ୍ତା ପ୍ରବାସୀଙ୍କ ଭିଡ ଜମିଥିଲା ଭିଟାମାଟିରେ । ରୋଜଗାର ହରାଇ ଘରେ ହାତ ଯୋଡି ବସିଥିବା ପ୍ରବାସୀ ଜୋର ଲଗେଇଥିଲେ ଧାନ ଚାଷରେ । ଧାର ଉଧାର କରି କରଜରେ ବୁଡି ଏଥର ଭଲ ଅମଳର ଆଶାରେ ପରିବାର ପ୍ରତିପୋଷଣର ସ୍ୱପ୍ନ ଦେଖୁଥିଲେ । ଭାବୁ ଥିଲେ କରୋନା ପାଇଁ ସରକାରୀ ସହଯୋଗରେ ଏଥର ଚାଷୀ ଧାନ ଅଭାବି ବିକ୍ରିର ଶୀକାର ହେବେନି ।

ଏ ବର୍ଷ ସଅଳ ବେଉଷଣ ,ଭଲ ମୈାସୁମୀ ବର୍ଷା ଉପଲବ୍ଧ ମାନବସମ୍ବଳ ପାଇଁ ଅସଲ ଅମଳ ଆରମ୍ଭ ହୋଇଛି । ହେଲେ ସବୁ ବର୍ଷ ଠାରୁ ଏଥରଯେ ଅଭାବି ବିକ୍ରି ସମସ୍ୟାରେ ପଡି ଦଲାଲଙ୍କ ଶୋଷଣର ମାତ୍ରାଧିକ ଶିକାର ହେବେ ଏବେ ଠାରୁ ଜଳଜଳ ଦିଶିଲାଣି । ଏଯାଏଁ ସରକାରୀ ଧାନମଣ୍ଡି ଖୋଲିବା ଦୂରେ ଥାଉ ସମବାୟସ୍ତରରେ ଧାନ କିଣା ପାଇଁ ଚାଷୀ କମିଟି ଗଠନ ହୋଇନି । ଏସବୁ ଆନୁସଙ୍ଗିକ ବ୍ୟବସ୍ଥା ପରେ ଧାନମଣ୍ଡି ଖୋଲିବାକୁ ଡିସେମ୍ବର ହେବା ଆଶା କରୁଛନ୍ତି ଚାଷୀ । ଗତଥର ଠାରୁ ଏଥର ଅମଳ ଯଥେଷ୍ଟ ଅଧିକ ହେବା ଆଶା କରାଯାଉଛି । ଗତ ବର୍ଷ ଠାରୁ ଅଧିକ ଚାଷୀ ଅଧିକ ଧାନ ବିକ୍ରି କରିବାକୁ ଯଥେଷ୍ଟ ଆଗରୁ ଅନ୍ଲାଇନ୍ରେ ପଞ୍ଜିକରଣ କରିଛନ୍ତି । ଅମଳ ଆରମ୍ଭ ହୋଇଥିବା ବେଳେ ସରକାରି ମଣ୍ଡିରେ ତାଲା । ମାଲେମାଲ ହେବେ ରାଜ୍ୟ ବାହାର ଦଲାଲ ।

ଗତ ବର୍ଷ ସରକାରୀ ଧାର୍ଯ୍ୟ ମୂଲ୍ୟ ଧାନ କ୍ୱିଣ୍ଟାଲ ପିଛା ୧୮୧୫ ଟଙ୍କା ଥିବା ବେଳେ ଏଥର ମାତ୍ର ୫୩ ଟଙ୍କା ବଢ଼ି ୧୮୬୮ ଟଙ୍କା ହୋଇଛି । ହେଲେ ଧାନ ବିକିବାକୁ ଟୋକନ୍ ମିଳିନି । ଦଲାଲ ଗାଁ ଗାଁରେ ବୁଲି ସେମାନଙ୍କ ମଣ୍ଡିକୁ ଧାନ କିଣୁଛନ୍ତି ସରକାରୀ ଧାର୍ଯ୍ୟ ମୂଲ୍ୟର ଅଧାରୁ କମ୍ରେ । କ୍ୱିଣ୍ଟାଲ ପିଛା ମାତ୍ର ୯ ଶହ ଟଙ୍କାରେ ଧାନ ବିକି ଶୋଷଣର ଶିକାର ଚାଷୀ । ଗତ ଧର ସରକାର ବିଭିନ୍ନ ପର୍ଯ୍ୟାୟରେ ଦେଇଥିବା ଟୋକନ୍ରେ ଚାଷୀଙ୍କ ସବୁ ଧାନ ବିକ୍ରି ହୋଇପାରିଲାନି ।

ଏଥର ପ୍ରଥମ ପର୍ଯ୍ୟାୟରେ ଛୋଟ ଠାରୁ ବଡ ଚାଷୀ ପ୍ରଥମେ ୩୦ କ୍ୱିଣ୍ଟାଲ ଧାନ ବିକିବା ପରେ ୨ୟ ପର୍ଯ୍ୟାୟ କଥା ଚିନ୍ତା କରିବେ ସରକାର । ଏବେ ଅଦିନିଆ ବର୍ଷା ଭୟରେ ମେସିନ୍ ଲଗାଇ ଧାନ କଟା ଓ ବିଲରେ ଅମଳ କରୁଥିବା ଚାଷୀ ଧାନ ସଂଗ୍ରହ କରି ଘରେ ରଖିବାକୁ ସ୍ଥାନାଭାବ ସହ ଋଣ ପରିଷୋଧ କରିବାକୁ ଦଲାଲଙ୍କ ଶୀକାର ହେବା ଜଳଜଳ ହେଇ ଦେଖା ଯାଉଛି । ଏଣୁ ତୁରନ୍ତ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ କରୋନା କାଳରେ ଚାଷୀକୂଳବେଡି ଉପରେ କରୋଡା ମାଡ ସହିବା ନିଶ୍ଚିତ ।

LEAVE A REPLY

Please enter your comment!
Please enter your name here