ସୋର : ସୋର  ପୁଲିସ ପକ୍ଷରୁ ଏବେ କରୋନା ସଂକ୍ରମଣ  ପ୍ରତିରୋଧ ପାଇଁ ଘୋଷିତ ଗାଇଡ୍ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧିବାକୁ  ଲଗାତର ସଚେତନ କରାଯାଉଥିବା ବେଳେ ନିୟମ ଉଲଙ୍ଘନ କରୁଥିବା ବିନା ମାସ୍କଧାରୀଙ୍କ  ଠାରୁ ଜୋରିମାନା ଆଦାୟ କରାଯାଉଛି ।

ସୋର  ଥାନା ଭାରପ୍ରାପ୍ତ ଅଧିକାରିଣୀ  ମଧୁମିତା ମହାନ୍ତିଙ୍କ ନିଦେ୍ର୍ଦଶରେ   ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଅନନ୍ତପୁର ଛକ ଓ ବରଫକଳ ଛକରେ ଆଜି ଚଢ଼ାଉ କରାଯାଇ ମାସ୍କ ପିନ୍ଧୁନଥିବା ସହ ୩ ଜଣଙ୍କୁ ବସାଇ ବାଇକରେ ଯାଉଥିବା ଆରୋହୀଙ୍କ ଠାରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଗତ ଦୁଇ ମାସ ମଧ୍ୟରେ  ସୋର ପୁଲିସ  ୪  ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ଏସ୍ ଆଇ ସୂର୍ଯ୍ୟନାରାୟଣ ନାୟକ, ଏଏସ୍ଆଇ ପ୍ରତାପ କାଲୋ, ଏଏସ୍ଆଇ ପ୍ରଦୀପ କୁମାର ମହାନ୍ତି, ଏଏସ୍ଆଇ ମଦନମୋହନ  ଦାସ , ଏଏସ୍ଆଇ ଜୀବନ କୁମାର ମଲ୍ଲିକ,  ସୁରେଶ  କୁମାର ବେହେରା   ଓ ପୋଲିସ୍ ଫୋର୍ସ ଏହି ଚଢ଼ାଉରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here