ସୋର : ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ସରପଞ୍ଚ  ବିଶ୍ୱନାଥ ବେହେରା ତାଙ୍କ ପଞ୍ଚାୟତରେ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ଯୋଜନାରେ ପ୍ରଶାସନିକ ଅସହଯୋଗ ବିରୁଦ୍ଧରେ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ କରିଥିଲେ । ଏହି ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୋଖରୀ ଖନନ ପ୍ରାପ୍ୟରୁ  ପ୍ରବାସୀଙ୍କୁ ବଂଚିତ କରିବା ସହ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ବିଲ୍ ପୈଠ ନକରିବା ଓ ବିଭିନ୍ନ ଅନୁମୋଦିତ ଯୋଜନାକୁ  ଆଳ ଦେଖାଇ ବନ୍ଦ ରଖିବା ଅଭିଯୋଗରେ ଶ୍ରୀ ବେହେରା ବ୍ଲକ ପ୍ରଶାସନକୁ ବିରୋଧ କରିଥିଲେ ।

ଏସବୁ ସମସ୍ୟାର ସମାଧାନ ନହେଲେ  ବ୍ଲକ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବେ ବୋଲି  ଗତ ମାସ ୨୫ ତାରିଖରେ  ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନକୁ ଚେତାବନୀ ଦେଇଥିଲେ । ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ନହେବାରୁ  ସେ ଆଜି ଆମରଣ ଅନଶନ ଆରମ୍ଭ କରିଥିଲେ ।  ବ୍ଲକ ଅଧ୍ୟକ୍ଷା ଅତସୀ  ମହାପାତ୍ର ପିଡିଙ୍କ ସହ ଯୋଗାଯୋଗ କରି ଆସନ୍ତା ୧୦ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେବା ପରେ ଅନଶନରୁ ଓହରି ଯାଇଥିଲେ ଶ୍ରୀ ବେହେରା

LEAVE A REPLY

Please enter your comment!
Please enter your name here