ସୋର : ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗ୍ରାଗର ଏକ ଘର ଭିତରୁ ନାଗସାପ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଏହି ଗ୍ରାମର ଜାପାନ ସିଂଙ୍କ ଘର ଭିତରେ ସାଡ଼େ ୩ଫୁଟ ଲମ୍ବର ଏକ ନାଗ ସାପ ପଶିଆସିବା ଫଳରେ ଘର ଲୋକେ ଭୟଭୀତ ହୋଇପଡ଼ିଥିଲେ । ବନ ବିଭାଗ କର୍ମଚାରୀଙ୍କୁ ବାରମ୍ବାର ଖରଦେବା ପରେ ସେମାନେ କେହି ନଆସିବାରୁ ସେହି ଗ୍ରାମର ସାଗର ସିଂ ଏବଂ ଗୁରୁବା ସିଂ ସାହସର ସହିତ ଏହାକୁ ଉଦ୍ଧାର କରି ନିକଟସ୍ଥ ହଦ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here