ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଓ ବେଲଗୁଣ୍ଠା ବ୍ଲକର ବିଜେପି ଏବଂ କଂଗ୍ରେସ ନେତାଙ୍କ ସହ ୭୦୦ରୁ ଊଦ୍ଧ୍ୱର୍ କର୍ମୀ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ଯୋଗଦାନ କାର୍ଯ୍ୟକ୍ରମରେ ସୋରଡ଼ା ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରମୋଦ କୁମାର ବେବର୍ତା ପଟ୍ଟନାୟକ, ସୁରମଣି ପଞ୍ଚାୟତ ପୂର୍ବତନ ସରପଚ ବିଜେପିର ବିଦ୍ୟାଧର ମଳିକ, ଗୋଚ୍ଛାର ପୂର୍ବତନ କଂଗ୍ରେସର ସରପଂଚ ସରୋଜ ଚନ୍ଦ୍ର ଦଳବେହେରା, ବେଲଗୁଣ୍ଠା ବ୍ଲକ ପୂର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ, ତନରଡ଼ା ପଂଚାୟତ ସମିତି ସଭ୍ୟା ସୁକାନ୍ତି ସେଠୀ, ଗାଙ୍ଗପୁର ସେବା ସମବାୟ ସମିତି ସଭାପତି ରଙ୍କନିଧି ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ସୋରଡ଼ା ବ୍ଲକର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମସ୍ତ ସଦସ୍ୟ, ବେଲଗୁଣ୍ଡା ବ୍ଲକର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମସ୍ତ ସଦସ୍ୟ ବିଜେଡିରେ ଯୋଗ ଦେଇଥିଲେ ।


ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ ନେତା ଓ କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଉଭୟ ବ୍ଲକର ବିଜେପି ଓ କଂଗ୍ରେସ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଗଞ୍ଜାମ ଜିଲ୍ଲା ସହ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ ।
ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ତଥା ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀକାନ୍ତ ସାହୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ସହ ପର୍ଯର୍୍ୟବେକ୍ଷକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here