ନୂଆଦିଲ୍ଲୀ, ୧୧।୪ : ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ରାୟବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ସେ ଏକ ବିଶାଳ ରୋଡ ସୋରେ ଆସି ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନିଜ ସଂସଦୀୟ କ୍ଷେତ୍ର ରାୟବରେଲିରୁ ପଞ୍ଚମ ଥର ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୋନିଆ । ଏହା ପୂର୍ବରୁ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଥିଲେ । ନାମାଙ୍କନ ଦାଖଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋନିଆ କହିଛନ୍ତି ଯେ, ୨୦୦୪ର ଫଳାଫଳ ଭୁଲିଯିବା ଉଚିତ୍‌ ନୁହେଁ । ମୋଦି ଅପରାଜେୟ ନୁହଁନ୍ତି ଏହି କଥା ହୃଦୟଙ୍ଗମ କରିବା ଉଚିତ ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here