ତାମିଲନାଡୁ ର ତିରୁଚିରାପଲ୍ଲୀ ଏୟାରପୋର୍ଟରୁ ଗୋଟିଏ ଏପରି ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଗୋଟିଏ ତସ୍କର ସାବୁନର ପ୍ୟାକେଟରେ ସୁନା ରଖି ତସ୍କରୀ କରୁଥିଲା l ଜବତ ହୋଇଥିବା ସମସ୍ତ ସୁନା ପାଖାପାଖି ୩୮ ଲକ୍ଷ ତାଙ୍କର ବୋଲି କୁହାଯାଇଛି l ଘଟଣାଟି ଘଟିଛି ଏହି ପରି ଫୈଯାନ ହାଇଦର ନାମକ ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ ସେୟାର କରିଥିଲେ l ସେ କ୍ୟାପ୍ସନରେ ଲେଖିଥିଲେ ଯେ “୩୮ ଲକ୍ଷ ଟଙ୍କାର ସାବୁନ ତିରୁଚିରାପଲ୍ଲୀ ବିମାନ ବନ୍ଦରରୁ ଜବତ କରାଯାଇଛି l ”

ସୂଚନା ଅନୁସାରେ ବିମାନ ବନ୍ଦରର ସୁରକ୍ଷା କର୍ମୀ ଏହି ତସ୍କରକୁ ଗିରଫ କରିଥିଲେ l ଯେତେବେଳେ ସାବୁନ ଗୁଡିକୁ ତଦାରଖ କରାଗଲା ସେତେବେଳେ ତା ମଧ୍ୟରୁ ୩୮ ଲକ୍ଷର ସୁନା ବାହାରିଲା l ଏହି ଭିଡିଓଟିରେ ଦେଖା ଯାଇଛି ଯେ ତସ୍କର ମାନେ କିପରି ଭାବରେ ସାବୁନରେ ସୁନାକୁ ଫିଟ କରିଥିଲେ l ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବ ପରେ ଲୋକ ମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି l ସୁନା ତସ୍କରୀର ଘଟଣା ଦକ୍ଷିଣ ଭାରତରେ ପ୍ରାୟତଃ ସବୁବେଳେ ହୋଇଥାଏ l

LEAVE A REPLY

Please enter your comment!
Please enter your name here