nalco

ଭୁବନେଶ୍ୱର, ୦୩ ଜାନୁଆରୀ – ଶୁକ୍ରବାର ସଂଧ୍ୟାରେ କୃଷି ତଥା ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ସ୍ଥାନୀୟ ଇଡକଲ ପ୍ରଦର୍ଶନୀ ପଡିଆଠାରେ ଶିଶିର ସରସ ମେଳାର ଶୁଭାରମ୍ଭ କରିବେ । ଚଳିତ ଥର ଶିଶିର ସରସ ମେଳାରେ ସମଗ୍ର ଦେଶରୁ ୨୪ ଟି ରାଜ୍ୟ ଅଂଶ୍ରଗହଣ କରିବେ ଏବଂ ମୋଟ ୩୦୨ଟି ଷ୍ଟଲ ଖୋଲାଯିବ । ଏହା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରୁ ହସ୍ତଶିଳ୍ପ ସାମଗ୍ରୀ , ଘରକରଣା ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରି କରାଯିବ । ୧୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।
ଏଥଇରେ କନ୍ଦ୍ରାପଡାର କାଇଁଚ କାମ , କୋରାପୁଟର ହସ୍ତତନ୍ତ , ବାଲେଶ୍ୱରର ଟେରାକୋଟା , ଆଦିବାସୀ ଅଳଙ୍କାର , ଡୋକ୍ରା , କେନ୍ଦୁଝରର ଫୁଲ ବଡି , ବନଜାତ ଦ୍ରବ୍ୟ ,ତାମିଲନାଡୁର ରଙ୍ଗୀନ ମହମବତୀ , ଉତର ପ୍ରଦେଶର ସିଲ୍କ, ବନାରସୀ ଆଦି ମେଳାରେ ସ୍ଥାନ ପାଇବ । ଗତବର୍ଷ ୧୩ କୋଟି ଟଙ୍କା ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ୧୫ କୋଟିରୁ ଉଦ୍ଧ୍ୱର୍ ବ୍ୟବସାୟକରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଳାର ପ୍ରତି ସଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

LEAVE A REPLY

Please enter your comment!
Please enter your name here