ଚେନ୍ନାଇସ୍ଥିତ ଏସ୍‌ଆର୍‌ଏମ୍‌ ୟୁନିଭର୍ସିଟି ଅଟୋମୋବାଇଲ ଇଞ୍ଜିନିୟରିଂର ଏକ ଟିମ୍‌ (୩୧ ଛାତ୍ର) ୧ ଲିଟରରେ ୧୨୧ କି.ମି. ଯାତ୍ରା କରିପାରୁଥିବା ସିଙ୍ଗଲ୍‌ ସିଟର୍‌ କାର୍‌ ତିଆରି କରିଛନ୍ତି । କାର୍‌ର ପ୍ରୋଟୋଟାଇପ୍‌ ମଡେଲ୍‌ ପ୍ରସ୍ତୁତ କରାଯାଇଛି ଯାହା ୧୯ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ସେଲ୍‌ ଇକୋ ମାରାଥନ୍‌ ଇଣ୍ଡିଆରେ ପ୍ରଦର୍ଶିତ କରାଯିବ । ଏହି ପ୍ରତିଯୋଗିତାରେ କାର୍‌ କ୍ଷମତାକୁ ଯାଞ୍ଚ୍‌ କରାଯିବ । ଯଦି ସଫଳତା ମିଳେ ତେବେ ସେହି କାର୍‌ ଏସିଆ ସେଲ୍‌ ଇକୋ ମାରାଥନ୍‌ରେ ଭାରତର ପ୍ରତିନିଧିତ୍ୱ କରିବ । ଫୁଏଲ୍‌ ଏଫିସିଏନ୍ସି ଦୃଷ୍ଟିରୁ କାର୍‌ ଡିଜାଇନ୍‌ କରିବାରେ ପୂରା ଏକ ବର୍ଷ ଲାଗିଛି । ପ୍ରତିଯୋଗିତାରେ ଭାଗ ନେବା ପାଇଁ କାର୍‌ ତିଆରିରେ ଏହି ଟିମ୍‌ ପକେଟ୍‌ ମନିରୁ ପଇସା ରଖିଛନ୍ତି । କାର୍‌ ତିଆରିରେ ପ୍ରାୟ ୨.୫ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଗତ ବର୍ଷ ଜାନୁୟାରୀରେ କାର୍‌ ଡିଜାଇନ୍‌ ଆରମ୍ଭ ହୋଇଥିଲା

LEAVE A REPLY

Please enter your comment!
Please enter your name here