ସିମୁଳିଆ : ଚଳିତ ବର୍ଷ ପ୍ରକାଶିତ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଛି । କ୍ଷୀରକୋଣା ଗୋପପ୍ରାଣ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତ କଳାରେ ସିମୁଳିଆ ବ୍ଲକର ଟପ୍ପର ହୋଇଛନ୍ତି । ସିମୁଳିଆ ବ୍ଲକରେ ମୋଟ ୪ଟି ମହାବିଦ୍ୟାଳୟରେ ଗୋପପ୍ରାଣ ମହାବିଦ୍ୟାଳୟରେ କଳାରେ ମୋଟ ୧୫୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୧୨୩ଜଣ ପାଶ୍ କରିଛନ୍ତି । ସିମୁଳିଆ ମହାବିଦ୍ୟାଳୟରେ କଳାରେ ମୋଟ ୨୧୭ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ।

ସେଥି ମଧ୍ୟରୁ୧୮୨ଜଣ ପାସ କରିଛନ୍ତି । ତପସ୍ୱିନୀ ଲେଙ୍କା ସର୍ବାଧିକ ୪୫୩ନମ୍ବର ରଖିଛନ୍ତି । ବାଲିଖଣ୍ଡ ମହାବିଦ୍ୟାଳୟରେ କଳାରେ ୧୭୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୦ଜଣ ପାଶ କରିଛନ୍ତି ।

ମାନସୀ ବାରିକ ସର୍ବାଧିକ ୪୫୧ନମ୍ବର ରଖିଛନ୍ତି । ସେହିପରି କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ମୋଟ ୧୪୬ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୧୨୫ଜଣ ଛାତ୍ରୀ ପାଶ କରିଛନ୍ତି । ଛାତ୍ରୀ ମଲ୍ଲୀ ସୋରେନ ସର୍ବାଧିକ ୪୨୯ନମ୍ବର ରଖିଛନ୍ତି । ସିମୁଳିଆ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତ ସର୍ବାଧିକ ୪୯୮ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି ।

ଭବିଷ୍ୟତରେ ଅଧ୍ୟାପିକା ହେବେ ବୋଲି ପ୍ରକାଶ କରିଛନ୍ତି ମୋନାଲିଶା । ଦିନକୁ୧୨ଘଣ୍ଟା ପରିଶ୍ରମÿ କରୁଥିବାର ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ପଛରେ ବାପା,ମାଆ,ବିଦ୍ୟାଳୟରେ ସମସ୍ତ ଅଧ୍ୟାପକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଟପ୍ପରଙ୍କୁ ମହାବିଦ୍ୟାଳୟର ଭାରପ୍ରାପ୍ତ ପୂର୍ଣ୍ଣ ଚନ୍ଦ୍ର ସିଂ ଓ ଓଡିଆ ଅଧ୍ୟାପକ ପଦ୍ମଲୋଚନ ନାୟକ ତାଙ୍କ ଘରେ ପହଞ୍ଚି ମିଠା ଖୁଆଇ ଶୁଭେଛା ଜ୍ଞାପନ କରିଛନ୍ତି

LEAVE A REPLY

Please enter your comment!
Please enter your name here