padmaja pattanaik : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଆମର ସ୍ଥିରତାର ଘୋର ଅଭାବ ରହିଛି l ତା ସହିତ ଆମର ବର୍ତ୍ତମାନର ଜୀବନ ଶୈଳୀକୁ ନେଇ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛୁ l ଏହି ସମୟରେ ଆମେମାନେ ଆମର ପୁରୁଣା ସଂସ୍କୃତି କୁ ନେଇ ରହିବ ଆବଶ୍ୟକ l ଯାହା ଆମକୁ ଗୋଟିଏ ସୁସ୍ଥ ଜୀବନ ଦେବା ସହିତ ବିଭିନ୍ନ ପ୍ରକାର ଅଶୁଭ ସମୟରୁ ଦୁରେଇ ରଖିବ l ଏହି ଅସୁବିଧା ରୁ ଆମକୁ ଦୁରେଇ ରଖିବ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ l “ଓଁ ତ୍ରୟମ୍ବକଂ ୟଜାମହେ ସୁଗନ୍ଧି ପୁଷ୍ଟି ବର୍ଧନମ, ଉର୍ବାରୁକମିବ ବନ୍ଧନାତ ମୃତ୍ୟାର୍ମୁକ୍ଷୀୟ ମାମୃତାତ୍”,ଏହି ମନ୍ତ୍ର ଶିବଙ୍କୁ ପ୍ରସନ କରିବା ପାଇଁ ଉଚ୍ଚାରଣ କରାଯାଏ l ପୁରାଣରେ ଉଲେଖ ରହିଛି ଯେ ମହାମୃତ୍ୟୁଞ୍ଜୟ ମନ୍ତ୍ରଦ୍ୱାରା ମୃତ୍ୟୁ ମଧ୍ୟ ଦୁରେଇ ଯାଏ l ଏହା ଏକ ଶକ୍ତିଶାଳୀ ମନ୍ତ୍ର ଭାବରେ ଗଣାଯାଇଛି l

ପୌରାଣିକ କଥା ଅନୁସାରେ ମୄକଣ୍ଡୁ ଋଷିଙ୍କର କୌଣସି ସନ୍ତାନ ହେଉ ନଥିଲା l ସେ ଶିବଙ୍କୁ ଆରାଧନା କରି ଏକ ପୁତ୍ର ସନ୍ତାନ ଲାଭକଲେ l କିନ୍ତୁ ଦୁର୍ଭାଗ୍ୟ ବଶତଃ ଜ୍ୟୋତିଷ ମାନେ ଜାତକ ତିଆରି କରିବା ସମୟରେ ଋଷି ମୄକଣ୍ଡୁଙ୍କୁ କହିଥିଲେ ଆପଣଙ୍କ ପୁତ୍ରର ଅଳ୍ପ ଆୟୁଷ,ମାତ୍ର ୧୨ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବ l ଏହି କଥା ଶୁଣି ଋଷି ଓ ତାଙ୍କ ପତ୍ନୀ ଦୁଃଖରେ ଭାଙ୍ଗି ପଡିଲେ l ତାଙ୍କ ପୁତ୍ର ମାର୍କଣ୍ଡେୟ ମାତାପିତାଙ୍କ ଦୁଖଃ ଦେଖି କାରଣ ପଚାରିଲେ ,ତାଙ୍କ ମାତା ପୁତ୍ରର ଅଳ୍ପଆୟୁ ହେବାର କାରଣ କହିଥିଲେ l ଏହି କଥା ଶୁଣି ମାର୍କଣ୍ଡେୟ ମାତାପିତାଙ୍କ ବିଶ୍ୱାସ ଦେଲେଯେ ଶିବଙ୍କ ପାଖରୁ ଦୀର୍ଘାୟୁ ହେବାର ବାର ପ୍ରାପ୍ତ କରିବେ l

ଏହା ପରେ ମାର୍କଣ୍ଡେୟ ଶିବଙ୍କ ଆରାଧନା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ରର ରଚନା କଲେ l ଶିବ ମନ୍ଦିରରେ ଏହି ଅଖଣ୍ଡ ମନ୍ତ୍ରକୁ ଜପ କରୁକରୁ ସେହି ସମୟ ଆସିଗଲା ଯାହାର ସମସ୍ତଙ୍କୁ ଭୟ ଥିଲା l ୧୨ ବର୍ଷ ପୂର୍ଣ୍ଣ ହେବାପରେ ଯମଦୂତ ମାନେ ତାଙ୍କର ପ୍ରାଣ ହରଣ କରିବା ପାଇଁ ଉପସ୍ଥିତ ହେଲେ l ଯେତେବେଳେ ଯମଦୂତ ମାନେ ଦେଖିଲେ ମାର୍କଣ୍ଡେୟ ଶିବଙ୍କ ଆରାଧନାରେ ମଗ୍ନ ଅଛନ୍ତି ସେମାନେ କିଛି ସମୟ ଅପେକ୍ଷା କରି ଦେଖିଲେ ମାର୍କଣ୍ଡେୟ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପକରି ଚାଲିଛନ୍ତି l ଯମଦୂତ ମାନଙ୍କର ସାହସ ହେଲା ନାହିଁ ମାର୍କଣ୍ଡେୟଙ୍କ ପ୍ରାଣ ହରଣ କରିବା ପାଇଁ l ତାପରେ ସେମାନେ ଯମପୁର ଫେରିଯାଇ ସମସ୍ତ କଥା ଯମରାଜାଙ୍କୁ କହିଲେ l

ଯମଦୂତଙ୍କ ପାଖରୁ ସମସ୍ତ ଘଟଣା ଶୁଣି ଯମରାଜା ମାର୍କଣ୍ଡେୟଙ୍କ ପ୍ରାଣ ହରଣ କରିବାକୁ ନିଜେ ଗଲେ l ଯମରାଜାଙ୍କୁ ପାଖରେ ଦେଖି ମାର୍କଣ୍ଡେୟ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜୋର ଜରରେ ଜପକରିବାକୁ ଲାଗିଲେ ଓ ଶିବଲିଙ୍ଗକୁ ଜାବୁଡି ଧରିଲେ l ଯମରାଜା ମାର୍କଣ୍ଡେୟଙ୍କୁ ଶିବଲିଙ୍ଗରୁ ଟାଣି ନେବାପାଇଁ ଚେଷ୍ଟା କଲେ l ଏହା ପରେ ଗୋଟିଏ ପ୍ରଚଣ୍ଡ ହୁଙ୍କାର ସହିତ ପୃଥିବୀ କମ୍ପି ଉଠିଲା ,ସ୍ୱୟଂ ଶିବଶମ୍ଭୁ ହାତରେ ତ୍ରିଶୂଳ ଧରି ବିଜୟେ ହେଲେ l ମହାକାଳ ଯମରାଜାଙ୍କୁ କହିଲେ ଯେ ମୋର ସାଧନାରେ ଲିପ୍ତଥିବା ଭକ୍ତର ପ୍ରାଣକୁ ହରଣ କରିବା ପାଇଁ ପ୍ରୟାସ କିପରି କଲ l ଯମରାଜା ମହାକାଳଙ୍କର ପ୍ରଚଣ୍ଡ ରୁପକୁ ଦେଖି ଭୟବିତ୍ତ ହୋଇ କହିଲେ ହେ ଭଲ ଶଙ୍କର ମୁଁ ତା ଅପାଙ୍କର ସେବକ ,ଆପଣ ମତେ ଯିବା ମାନଙ୍କର ପ୍ରାଣ ହରଣ କରିବାର ନିଷ୍ଠୁର କାର୍ଯ୍ୟ ଦେଇଛନ୍ତି l ମୁଁ ସେହି କାର୍ଯ୍ୟକୁ ପୁରାଣ କରୁଛି ମତେ କ୍ଷମା କରନ୍ତୁ l

ତାପରେ ମହାକାଳଙ୍କ ରାଗ ଶାନ୍ତ ହେଲା ଏବଂ କହିଲେ ମୁଁ ମୋର ଭକ୍ତର ଆରାଧନାରେ ସନ୍ତୁଷ୍ଟ ,ମୁଁ ମାର୍କଣ୍ଡେୟକୁ ଦୀର୍ଘାୟୁ ହେବାର ବରଦାନ ଦେଉଛି l ତମେ ଏବେ ତାର ପ୍ରାଣ ହରଣ କରି ପାରିବ ନାହିଁ l ଏହା ପରେ ଯମରାଜା କହିଲେ ପ୍ରଭୁ ମୁଁ ଆପଣଙ୍କ ଆଦେଶକୁ ପାଳନ କରୁଛି ,ମାର୍କଣ୍ଡେୟଙ୍କ ଦ୍ୱାରା ରଚନା ହୋଇଥିବା ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରୁଥିବା ସମୟରେ କୌଣସି ଭକ୍ତର କ୍ଷତି କରିବିନାହିଁ l

LEAVE A REPLY

Please enter your comment!
Please enter your name here