ଆର,ଉଦୟଗିରି :  ଫେସବୁକରୁ ଆରମ୍ଭ ହେଲ ବନ୍ଧୁତା ପରେ ବିବାହର ପ୍ରତିଶୃତି ଦେଇ ଶାରରୀକ ସଂପର୍କ  ରଖିବା ପାଇଁ ଆରମ୍ଭ ହେଲା ଉଦ୍ୟମ । ସେଥିରେ ବିଫଳ ହେବା ପରେ, ମୂଦୃ ପାନୀୟରେ ନିଶା ଦ୍ରବ୍ୟ ମିଁସାଇ ଜୋର୍ ଜବରଦସ୍ତ କଲେ ଦୁସ୍କର୍ମ । ସୁଟିଙ୍ଗ୍ କଲେ ଅନ୍ତରଙ୍ଗ ମୃହର୍ତର ଭିଡିଓ ଭାଇରାଲ୍ ର ଧମକ ଦେଇ କରିଚାଲିଲେ ଦୁସ୍କର୍ମ । ଭୁଲିଗଲେ ବିବାହର ପ୍ରତିଶୃତି । ବ୍ଲାକମେଲିଂ କରି ପ୍ରାୟ ୫ ଲକ୍ଷ ଟଙ୍କା ଜଣେ ପୁଲିସ ସବ,ଇନିପେକଟର  ଠକି ନେଇଥିବା ପୁରୀ ସଦର ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ପ୍ରକାରେ ଆର,ଉଦୟଗିରି ଥାନା କାର୍ଯ୍ୟରତ ସବ, ଇନିସ୍ପେକଟର ରମେଶ ଚନ୍ଦ୍ର ଜେନା ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଗତ ୨୦୧୮ ମସିହାରେ ପୁରୀ ସଦର ଥାନା ଅଞ୍ଚଳରେ ରହୁଥିବା ଅଭିଯୋଗ କାରୀଣୀ ଯୁବତୀ ତାଙ୍କର ଜଣେ ପୁଲିସ ଏସ୍ ଆଇ , ବାନ୍ଧବିଙ୍କ ମାଧ୍ୟମରେ ଆର,ଉଦୟଗିରି ଥାନାର କାର୍ଯ୍ୟରତ ସବ, ଇନିପେକଟର ରମେଶ ଜେନାଙ୍କ ସହ ୨୦୧୮ ମହିହା ଜୁଲାଇ ମାସରେ ପରିଚିତ ହୋଇଥିଲେ  ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ସହ କ୍ରମେ ଉଭୟଙ୍କ ମଧ୍ୟରେ ବିବାହ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା ।
ଯାହାଫଳରେ ଏସ୍,ଆଇ, ଜେନାଙ୍କ ସହିତ ପୀଡିତା ଯୁବତିଙ୍କ ପ୍ରେମ ସଂପର୍କ ଅଧିକ ନିବିଡ ହୋଇଥିଲା । ଏପରିକି , ରମେଶ ଡାକିଥିବାବେଳେ ୧ ଲକ୍ଷ ଟଙ୍କା ବିବାହ କାର୍ଯ୍ୟପାଇଁ ନେଇଥିଲେ । ପରବର୍ତୀ ପର୍ଯ୍ୟାୟରେ ଯୁବତୀଙ୍କ ଠାରୁ ରମେଶ ଘରର ଆଥିକ ଅବସ୍ଥା ସୁଦୃଢ ନଥିବା ଦର୍ଶାଇ ୨ଲକ୍ଷ ଟଙ୍କା, ମୋବାଇଲ ଓ ଲାପଟପ୍ ଆଦି ନେଇଥିଲେ । ଇତି ମଧ୍ୟରେ ପୂର୍ବରୁ ଥିବା ଅନ୍ତରଙ୍ଗ ମୂହୂର୍ତର ଭିଡିଓ ଭାଇରଲ କରିଦେବାର ଭୟ ଦେଖାଇ ସେ କାର୍ଯ୍ୟରତ ଥିବା ଆର,ଉଦୟଗିରି ଥାନାକୁ ଡାକିଥିଲେ । ପରେ ରମେଶ ଯୁବତୀ ଜଣକୁ ଜିଲ୍ଲାର ଗଣ୍ଡାହାତୀ ଜଳ ପ୍ରପାତ,ଖସଡା ଜଳ ପ୍ରପାତ,ଜିରାଙ୍ଗ ବୌଦ୍ଧ ମନ୍ଦିର ଇତ୍ୟାଦି ସ୍ଥାନ ବୁଲିଇକୁ ନେଇ ବାରମ୍ବାର ଦୁସ୍କର୍ମ କରିଥିଲେ ।
ଅନ୍ୟପଟେ ରମେଶଙ୍କ ଭାଉଜ ପୀଡିତା ଯୁବତୀଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ । ଯୁବତୀଙ୍କ ମଧ୍ୟରେ ତିକ୍ତତିା ବଢଥିଲା । ପରବର୍ତୀ ସମୟରେ ଆର,ଉଦୟଗିରି ଏସିଡିପିଓ ଏବଂ ଆଇଆଇସିଙ୍କ ମଧ୍ୟସ୍ଥତାରେ ଦୁଇ ଦୁଇ ଥର ମାମଲାର ଆପଷ ସମାଧାନ ହୋଇଥିଲା କିନ୍ତୁ ରମେଶ ପୂର୍ବ ଭଳି ସମ୍ପୃକ୍ତ ଯୁବତୀଙ୍କୁ ବ୍ଲାକମେଲିଙ୍ଗ କରିଥିଲେ । ଫଳରେ ନ୍ୟାୟପାଇଁ ୨୦୨୦ ମସିହା ମାର୍ଚ ମାସ ୯ ତାରିଖରେ ଯୁବତୀ ଜଣକ ପୁରୀ ସଦର ଥାନାରେ ୫୬\୨୦ ରେ ଏକ ମାମଲା ରୁଜୁ କରି ଆଇଆଇସି ସୁମତୀ ମହାନ୍ତି ଏହାର ତଦନ୍ତ ଦାୟୀତ୍ବ ନେଇଥିଲେ । ମାମଲା ରୁଜୁ ହେବା ପରେ ଖବର ପାଇ ରମେଶ ଦୀର୍ଘ ୨ ମାସ ଧରି ଫେରାର୍ ରହିଥିବାବେଳେ କୌଶଳ କରି ଓଡିଶା ଉଚ ନ୍ୟାୟାଳୟରୁ ଆନ୍ତରୀଣ ଜାମୀନ୍ ପାଇ ଗତ ୬ ଦିନ ତଳେ ଆର,ଉଦୟଗିରି ଥାନାକୁ ଆସି ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗଦେଇ ଖୁସିରେ ମିଠା ବଣ୍ଟନ କରିଥିଲେ ।
ଏହି ଖବର କିଛି ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ଗଜପତି ଏସପିଙ୍କ ସହ ଯୋଗାଯୋଗ କରିଥିଲେ । କାରଣ , ବର୍ତମାନ କରୋନା ମହାମାରୀକୁ ନେଇ ସାର ରାଜ୍ୟ ବାସୀ ଚିନ୍ତିତ ଥିବାବେଳେ ଦୀର୍ଘ ୨ ମାସର ବ୍ୟବଧାନ ପରେ ରମେଶ ଥାନାକୁ ଫେରିଥିବାରୁ ତାଙ୍କୁ ହୋମ କ୍ବାରେଣ୍ଟାଇନକୁ ଗଜପତି ଏସପି ପଠାଇ ଦେଇଥିଲେ । ଏହି ଘଟଣା ଯୁବତୀ ଜଣକ ଜାଣିବା ପରେ ମୂଖ୍ୟମନ୍ତୀଙ୍କ ନିକଟରୁ ଏକ ପତ୍ର ଲେଖିବା ସହ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଫଳରେ , ଗତକାଲି ଅର୍ଥାତ୍ ୧୨ ତାରିଖରେ ଗଜପତି ଏସପି ରମେଶକୁ କାର୍ଯ୍ୟରୁ ନିଲମ୍ବନ କରିଥିବାସହ ପୁରୀରୁ କେଶର ସମସ୍ତ ଦସ୍ତାବିଜ ମଗାଇଛନ୍ତି ।
ତେବେ ଏନେଇ ଗଜପତି ଏସପିଙ୍କ ସହ ଯୋଗାଯୋଗ ହୋଇପାରିନଥିବା ବେଳେ ବର୍ତମାନ ସମ୍ପୃକ୍ତ ଏସ ଆଇ ଙ୍କୁ ଆର,ଉଦୟଗିରି ରେ ବ୍ୟକ୍ତିଗତ ସଂଘରୋଧ କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି , ଏଠାରେ ପ୍ରଶ୍ନ ଉଠୁଛିଯେ , ଯେଉଁ ସିନ୍ଦୁର ଟୋପେ ପାଇଁ ପୀଡିତା ଯୁବତୀ ନିଜର ସବୁକିଛି ବରବାଦ୍ କରିଦେଲା ଏବେ ଆଇନ୍ କାନୁନ୍ ପଥରେ ଦଉଡି ଦଉଡି ସେ ସିନ୍ଦୁର ପାଇବ ତ? ସେପଟେ ରମେଶ ବାହା ହେବାକୁ ନାରାଜ୍ ଏପଟେ ବାପଘର ମନା । ଚାରିଛକରେ ଠିଆ ହୋଇ ପୀଡିତା ଯୁବତୀ ଜଣକ ଏବେ ନ୍ୟାୟ ମାଗୁଛି । ତାକୁ ନ୍ୟାୟ ଦେବ କିଏ ? ଆଇନ୍ କାନୁନ୍ ର ବ୍ୟବସ୍ଥା ନା ଖାକିରେ କଳଙ୍କ ଲଗାଇଥିବା ପୁଲିସ ବାବୁ ଏବେ ତାକୁହିଁ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here