ଭୁବନେଶ୍ୱର : ରାଜ୍ୟ ସରକାର ପୂର୍ତ୍ତ ବିଭାଗର ୫୦ ହଜାରରୁ ୫ଲକ୍ଷ ଟଙ୍କାର କାର୍ଯ୍ୟ ଲାଗି ଟେଣ୍ଡର ନକରିବା ନିଷ୍ପତ୍ତିକୁ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରାଳୟର ଆର୍ôଥକ ନିୟମାବଳୀ ଅନୁସାରେ କରାଯାଇଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଲଟା ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ଆଦୌ ସମୀଚିନ ନୁହେଁ । ଏହାଦ୍ୱାରା ରାଜ୍ୟରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉଛି ବୋଲି ଶ୍ରୀ ପ୍ରଧାନ ଯେଉଁ ଅଭିଯୋଗ କରିଛନ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା, କପୋଳକଳ୍ପିତ ଓ ଭିତ୍ତିହୀନ । ପ୍ରଥମେ ୫୦ ହଜାରରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂର୍ତ୍ତ କାର୍ଯ୍ୟ ଟେଣ୍ଡର ପାଇଁ ରହିଥିବା ମାନଦଣ୍ଡକୁ ପରିବର୍ତ୍ତନ କରି ଟେଣ୍ଡର ନଡାକିବା ଲାଗି କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରାଳୟ ନିଷ୍ପତ୍ତି ଗ୍ରହଣ କରିଥିଲା । କେନ୍ଦ୍ର ସରକାରଙ୍କ ଉକ୍ତ ପଦକ୍ଷେପକୁ ଭିତ୍ତି କରି ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତା’ପୂର୍ବରୁ ରାଜ୍ୟ ବିଧାନସଭାର ପ୍ଲବିକ୍‍ ଆକାଉଣ୍ଟସ୍‍ କମିଟି (ପିଏସି)ର ମତାମତ ଚାହିଁଥିଲେ, ଯେଉଁଥିରେ ବିଜେଡି ସମେତ କଂଗ୍ରେସ ଓ ବିଜେପି ବିଧାୟକ ରହିଥିଲେ । ପିଏସି ମଧ୍ୟ ମାନଦଣ୍ଡ ପରିବର୍ତ୍ତନ ଲାଗି ସୁପାରିସ୍‍ କରିଥିଲା । ପିଏସି ସୁପାରିସ୍‍ ଓ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ମାନଦଣ୍ଡ ଭିତ୍ତିରେ ରାଜ୍ୟ ସରକାର ପୂର୍ତ୍ତ ବିଭାଗ କାର୍ଯ୍ୟ କ୍ଷେତ୍ରରେ ସଂଶୋଧନ ଆଣିଥିଲେ । ଶ୍ରୀ ପ୍ରଧାନ ଜାଣିରଖିବା ଉଚିତ୍‍, ଅଧିକାଂଶ ସମୟରେ ଓଡ଼ିଶା ଗସ୍ତ କରି ସେ ବହୁତ ଦିନ ନଷ୍ଟ କରୁଛନ୍ତି ଓ ଦିଲ୍ଲୀରେ ନିଜ କାର୍ଯ୍ୟର ଅବହେଳା କରୁଛନ୍ତି । ସେଥିଯୋଗୁ କେନ୍ଦ୍ରରେ ମନ୍ତ୍ରୀ ଥାଇ ମଧ୍ୟ ସେ ଏପରି ଘଟିଥିବା ପରିବର୍ତ୍ତନ ସଂପର୍କରେ ଅଦ୍ୟାବଧି ଅଜ୍ଞ । ଏହା ତାଙ୍କର ଅଜ୍ଞତାକୁ ପ୍ରଦର୍ଶନ କରୁଛି । ସେହିପରି ହତାଶ ହୋଇ ଓଡ଼ିଶାବାସୀଙ୍କୁ ମିଛ କହି ଭୁଲାଇବାର ଏହା ଅନ୍ୟତମ ଉଦ୍ୟମ । ବାରମ୍ବାର ସେ ଦେଉଥିବା ମିଥ୍ୟା ବିବୃତି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ଶୋଭାପାଏନି । ଏପରି ଦାୟିତ୍ୱହୀନ ମନ୍ତବ୍ୟ ଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରଥମେ ସତ୍ୟାସତ୍ୟର ପରୀକ୍ଷା ନିରୀକ୍ଷା କରନ୍ତୁ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here