ନାଉଗାଁ,୨୨ା୫: ନାଉଗାଁ ଥାନା ଅନ୍ତର୍ଗତ ଗାରୋଇର ଜୈନିକ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋରୁଅ ପଂଚାୟତର ସରପଂଚ ଓ ତାଙ୍କ ସାନଭାଇ ଜବରଦସ୍ତ ଟାଣିନେଇ ଗାରୋଇ ସଂଗରୋଧ ଗୃହରେ ରଖିଥିବା ସାମ୍ବାଦିକଙ୍କ ପନôୀ ପ୍ରୀୟତମା ନାୟକ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ମହାଦେବ ନାୟକ ଜଣେ ପ୍ରମୁଖ ଖବର କାଗଜର ଗାରୋଇ ପ୍ରତିନିଧି ଅଟନ୍ତି । ବର୍ତମାନ କରୋନା ପାଇଁ ସାରା ଦେଶରେ ଲକ ଡାଉନ ଚାଲିଛି । ଅନ୍ୟପଟେ ନାଉଗାଁ ବ୍ଲକରେ ମୋଟ ୨୪ଜଣ ପ୍ରବାସୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହି ବ୍ଲକରେ ସାଧାରଣତ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଯାହାଫଳରେ ଖବରକାଗଜ ବିକ୍ରେତାମାନେ ଏହି ବ୍ଲକରେ କୌଣସି ଖବର କାଗଜ ବିକିବାକୁ ଭୟରେ ରାଜି ହେଉନଥିବାରୁ ମହାଦେବ ନିଜେ ପାଠକ ମାନଙ୍କ ପାଖରେ ଖବରକାଗଜ ପହଁଚାଉଛନ୍ତି । ତେବେ କୋରୁଅ ପଂଚାୟତର ସରପଂଚ ଅରଣ୍ୟ ନାୟକ ଲକ ଡାଉନ ପୂର୍ବରୁ କଲିକତାରେ ରହୁଥିଲେ । ଲକ ଡାଉନ ପରେ ପ୍ରତ୍ୟକ ପଂଚାୟତରେ ପ୍ରବାସୀ ମାନଙ୍କ ପାଇଁ ରାଜ୍ୟ ସରକାର ସଂଗରୋଧ କେନ୍ଦ୍ର ଖୋଲିବା ସହିତ ପଂଚାୟତର ସରପଂଚଙ୍କୁ ଏହାର ଦାୟୀତ୍ୱ ଦେବା ସହ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମଧ୍ୟ ପ୍ରଦାନ କରିଛନ୍ତି । ଯାହାଫଳରେ ସଂପୃକ୍ତ ସରପଂଚ ନିଜେ ମଧ୍ୟ କଲିକତାରୁ ଆସି ଏବେ ଗାରୋଇସ୍ଥିତ ସଂଗରୋଧ କେନ୍ଦ୍ରରେ ରହୁଛନ୍ତି । ଏବଂ ସେ ସେଠାରେ ତାଙ୍କ କ୍ଷମତାର ଅପବ୍ୟବହାର କରୁଥିବାକୁ ନେଇ ସାମ୍ବାଦିକ ଜଣକ ଗତ ୧୭ ତାରିଖରେ ଫଟୋ ସହିତ ସେ କାମ କରୁଥିବା ଖବର କାଗଜରେ ପ୍ରସାରଣ କରିଥିଲେ । ଯାହାକୁ ନେଇ ସଂପୃକ୍ତ ସରପଂଚ ଓ ତାଙ୍କ ସାନଭାଇ ହିରଣ୍ୟ ନାୟକ ତାଙ୍କୁ ଗାଳିଗୁଳଜ କରିବା ସହିତ ବିଭିନ୍ନ ଧମକ ମଧ୍ୟ ଦେଇଥିଲେ ।

ଶୁକ୍ରବାର ମହାଦେବ ଉକ୍ତ ସଂଗରୋଧ ଗୃହର ଫାଟକ ବାହାରୁ ଭିତରକୁ ଖବର କାଗଜ ପକାଉଥିବା ବେଳେ ସଂପୃକ୍ତ ସରପଂଚ ଓ ତାଙ୍କ ସାନଭାଇ ତାଙ୍କୁ ଟାଣିନେଇ ଉକ୍ତ ସଂଗରୋଧ ଗୃହରେ ରହିଥିବା ପ୍ରବାସୀମାନଙ୍କ ପାଖରେ ଛାଡିଥିଲେ । ଏବଂ ତାଙ୍କୁ ମାଡ ମାରିବା ସହିତ ତାଙ୍କଠାରୁ ତାଙ୍କର ଦୁଇଟି ମୋବାଇଲ ଫୋନ, ସୁନାଚେନ, ବିଭିନ୍ନ କାଗଜପତ୍ର ଓ ସେ ଆଦାୟ କରିଥିବା ଖବର କାଗଜର ମାସିକ ବିଲ୍‌ ୧୦ହଜାର ଟଙ୍କା ଛଡାଇ ନେଇଥିବା ଶ୍ରୀମତୀ ନାୟକ ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରୁ ଯେହେତୁ ଉକ୍ତ ସାମ୍ବାଦିକ ଜଣକ ସେଠାରେ ରହିଥିବା ଅନ୍ୟ ପ୍ରବାସୀ ମାନଙ୍କ ସଂସ୍ପର୍ଶରେ ଆସିସାରିଛନ୍ତି ତେଣୁ ତାଙ୍କୁ ଅଲଣାହାଟ ହାଇସ୍କୁଲରେ ଥିବା ସଂଘରୋଧ କେନ୍ଦ୍ରରେ ଏକାକି ସୋଟିଏ ଗୃହରେ କ୍ୱାରେଂଟାଇନରେ ରଖାଯାଇଛି ଓ ତାଙ୍କ ସୁବିଧା ପାଇଁ ପ୍ରଶାସନକିକ ସ୍ତରରେ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଥିବା କହିଛନ୍ତି ।

ଏବଂ ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ଏହି ଘଟଣାର ପ୍ରକୃତ ସତ୍ୟତା କଣ ସେ ତଦନ୍ତ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ଜଣେ ଦାଇତ୍ୱବାନ ସରପଂଚ ତାଙ୍କୁ ମିଳିଥିବା କ୍ଷମତାର ଅପବ୍ୟବହାର କରିବା ସହିତ ସତ୍ୟକୁ ଲୋକଲୋଚନକୁ ଆଣିଥିବା ସାମ୍ବାଦିକଙ୍କ ପ୍ରତି ଏପରି କରିଥିବା ଘୃଣ୍ୟ ବ୍ୟବହାରକୁ ନାଉଗାଁ ତଥା ଜଗତସିଂହପୁର ଜିଲ୍ଲା ଓୟୁଜେ ଶାଖା ସାମ୍ବାଦିକ ସଂଘ ପକ୍ଷରୁ ଘୋର ନିନ୍ଦା କରାଯିବା ସହିତ ଉକ୍ତ ସରପଂଚଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here