ସାରସକଣା ତହସିଲଦାର ଏକ ବିଶେଷ ସୁତ୍ରରୁ ଖବର ପାଇ ରାତିରେ ଚଢଉ କରି ଏକ ପଥର ବୋଝେଇ ଟ୍ରକ ଜବତ କରିଛନ୍ତି । ଟ୍ରକଟି ଦୁଇଦିନ ରହିବା ପରେ ଲଘୁଖଣି ବିଭାଗକୁ ତହସିଲଦାର ହସ୍ତାନ୍ତର କରିଥିବା ଜଣାଯାଇଛି । ଶୁକ୍ରୁବାର ସନ୍ଧ୍ୟାରେ ଲଘୁଖଣି ବିଭାଗର କର୍ମଚାରୀ ଆସି ଥାନାରେ ଅଟକ ରଖିଥିବା ଟ୍ରକ ଓଆର-୧୧କେ-୬୦୦୫ ନମ୍ବର ବିଶିଷ୍ଟ ଟ୍ରକଟିରେ ପଥରକୁ ଦେଖିଥିବା ସହ ପରୀକ୍ଷା ନିମନ୍ତେ ନିଆଯାଇଥିବା ଜଣାଯାଇଛି । ଏହି ବାବଦରେ ଝାରପୋଖରିଆ ଥାନାରେ ତହସିଲଦାରଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ୧୪୩/୧୯ରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here