ନୂଆଦିଲ୍ଲୀ,୨୫ା୬(ଏଜେନ୍ସି): ଡୋପ୍‌ କଳଙ୍କରୁ ମୁକ୍ତ ହୋଇଥିବା ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜୟିନୀ ଭାରୋତ୍ତୋଳକ ସଞ୍ଜିତା ଚାନୁ ଅର୍ଜୁନ ପୁରସ୍କାର ଆଇନଗତ ଲଢେଇରେ ବିଜୟୀ ହୋଇଛନ୍ତି । ୨୦୧୮ରେ ସଞ୍ଜିତା ଚାନୁଙ୍କ ଅର୍ଜୁନ ସମ୍ମାନକୁ ସ୍ଥଗିତ ରଖାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ସଞ୍ଜିତା କୋର୍ଟଙ୍କ ଦ୍ୱରାସ୍ଥ ହୋଇଥିଲେ । କ୍ରୀଡା ମନ୍ତ୍ରଣାଳୟର ସୂଚନା ମୁତାବକ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୮ ବର୍ଷପାଇଁ ସଞ୍ଜିତାଙ୍କୁ ଅର୍ଜୁନ ସମ୍ମାନ ପ୍ରଦାନ କରାଯିବ । ୨୦୧୮ରେ ଗଠିତ ପୁରସ୍କାର ଚୟନ କମିଟି ସଞ୍ଜିତାଙ୍କ ଉପରେ ଲାଗିଥିବା ଡୋପ୍‌ କଳଙ୍କ ଯୋଗୁଁ ଅର୍ଜୁନ ସମ୍ମାନ ଚୟନ ପ୍ରକି୍ରୟାରୁ ବାଦ ଦେଇଥିଲେ । ନିକଟରେ ସଞ୍ଜିତାଙ୍କ ଉପରେ ଲାଗିଥିବା ସମସ୍ତ ବାସନ୍ଦଙ୍କୁ ଅନ୍ତର୍ଜାତୀୟ ସଂଘ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହଟାଇଦେଇଥିଲା । ତେଣୁ କ୍ରୀଡା ମନ୍ତ୍ରଣାଳୟ ତାଙ୍କୁ ଅର୍ଜୁନ ସମ୍ମାନ ଦେବାପାଇଁ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here