ସାଲେପୁର : ରାଜଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ଯୁବକକୁ ଆଜି ୟୁ.ପି. ପୁଲିସ ପ୍ରଥମେ କଟକ ସି.ଜି.ଏମ୍. କୋର୍ଟରେ ହାଜର କଲାପରେ ମାନ୍ୟବର ସି.ଜି.ଏମ୍. କୋର୍ଟ ଏହି ମାମଲାକୁ ସାଲେପୁର ଜେ.ଏମ୍.ଏଫ୍.ସି. କୋର୍ଟକୁ ପଠାଇ ଦେଇଥିଲେ ।

ୟୁ.ପି. ପୁଲିସ ସଂପୃକ୍ତ ଯୁବକକୁ ଜେ.ଏମ୍.ଏଫ୍.ସି. କୋର୍ଟ ସାଲେପୁରରେ ହାଜର କରିବା ସହ ୫ଦିନ ପାଇଁ ଟ୍ରାନ୍ଜିଟ୍ ରିମାଣ୍ଡ୍ରେ ନେବାପାଇଁ ପ୍ରାର୍ଥନା କରିଥିଲେ । ମାନ୍ୟବର କୋର୍ଟ ତାଙ୍କୁ ୪ଦିନ ଟ୍ରାନ୍ଜିଟ୍ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିଲେ ।

ପ୍ରକାଶ ଯେ ସାଲେପୁର ଥାନା ଅଧୀନ କୁସମ୍ବୀ ଗ୍ରାମର ସୟଦ ହସନ୍ ଅହେମ୍ମଦ ସୋସିଆଲ ମିଡ଼ିଆରେ ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ କୁଲଦୀପ୍ ପାଞ୍ଚାଲଙ୍କୁ ହତ୍ୟା ଧମକ ଦେବା ସହ ଓ ଦେଶର ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଲେଖି ସୋସିଆଲ୍ ମିଡ଼ିଆରେ ଭାଇରାଳ୍ କରିବା ଓ ଧର୍ମକୁ ଆକ୍ଷେପ କରି ବିଭିନ୍ନ ପ୍ରକାର କଟୁ ମନ୍ତବ୍ୟ ଲେଖି ଭାଇରାଲ୍ କରୁଥିବା ନେଇ ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ କୁଲଦୀପ ପାଞ୍ଚାଲ ବାଗପତ୍ ଜିଲ୍ଲାର ସିଙ୍ଘାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଉତ୍ତର ପ୍ରଦେଶ ପୁଲିସ ଅଭିଯୋଗକୁ ଗ୍ରହଣ କରି ଥାନା କେଶ୍ ନଂ-୨୦୧ରେ ମାମଲା ରୁଜୁ କରି ହସନ୍ ଅହେମ୍ମଦଙ୍କ ମୋବାଇଲ୍ ଟ୍ରାକିଂ କରି ଗତକାଲି ସାଲେପୁର ପୁଲିସ ସହାୟତାରେ କୁସମ୍ବୀ ଗ୍ରାମରୁ ଗିରଫ କରିଥିଲେ । ଆଜି ପ୍ରଥମେ ତାକୁ କଟକ ସି.ଜି.ଏମ୍. କୋର୍ଟରେ ହାଜର କରାଯାଇଥିବାବେଳେ ସି.ଜି.ଏମ୍. କୋର୍ଟ ତାଙ୍କୁ ସାଲେପୁର ଜେ.ଏମ୍.ଏଫ୍.ସି. କୋର୍ଟକୁ ପଠାଇ ଦେଇଥିଲେ ।

ଉତ୍ତର ପ୍ରଦେଶ ପୁଲିସ ଏସ୍.ଆଇ. ସୁରଜମଲ୍ ସିଂ ଓ ହାବିଲଦାର କୁଲଦୀପା ହସନ୍କୁ ସାଲେପୁର ଜେ.ଏମ୍.ଏଫ୍.ସି. ଗୁରୁଚରଣ ଜେନାମଣିଙ୍କ ନିକଟରେ ହାଜର କରିବା ସହ ୫ଦିନ ଟ୍ରାନ୍ଜିଟ୍ ରିମାଣ୍ଡରେ ନେବାପାଇଁ ଆବେଦନ କରିଥିଲେ । ସାଲେପୁରର ମାନ୍ୟବର ଜେ.ଏମ୍.ଏଫ୍.ସି. ୪ଦିନ ପାଇଁ ଅର୍ଥାତ୍ ଚଳିତ ମାସ ୮ତାରିଖ ପର୍ଯ୍ୟନ୍ତ ରିମାଣ୍ଡ୍ ଅନୁମତି ପ୍ରଦାନ କରିଥିବାବେଳେ ୮ତାରିଖ ଦିନ ୧ଟାରେ ମାନ୍ୟବର ଅଦାଲତ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବାଗପତ୍ରେ ହାଜର ହେବାକୁ ଅନୁମତି ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ଏହି କେଶ୍କୁ ଲୋପାମୁଦ୍ରା ବରାଳ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here