ସାଲେପୁର : ସାଲେପୁର ବ୍ଲକ୍ର ଏକାଧିକ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି । ଗୋଟିଏ ପରିବାରର ଦୁଇ ଦୁଇଜଣ ଲୋକଙ୍କୁ ଗୃହ ପ୍ରଦାନ କରାଯାଇଥିବାବେଳେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ଭିଜିଲାନ୍ସ, ୫ଟି. ସଚିବଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ରାମକୃଷ୍ଣପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଜାଲିଆତି କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ଏହି ପଞ୍ଚାୟତର ଗୋଟିଏ ପରିବାରର ୨ଜଣ ଲୋକଙ୍କୁ ଗୃହ ପ୍ରଦାନ କରାଯାଇଥିବାବେଳେ ପେନ୍ସନ୍ ପାଉଥିବା ଲୋକମାନଙ୍କ ନାମ ମଧ୍ୟ ଯୋଗ୍ୟ ତାଲିକାଭୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ୪/୫ବଖରା କୋଠାଘର ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ସରକାରୀ ଅର୍ଥକୁ ବାଟମାରଣା କରିବାପାଇଁ ଉଦ୍ୟମ ଚାଲିଛି । ଅପର ପକ୍ଷରେ ଏହି ପଞ୍ଚାୟତରେ ବହୁ ଗରିବ ଲୋକମାନେ ମଧ୍ୟ ଅଦ୍ୟାବଧି ଗୃହ ପାଇବାରୁ ବଞ୍ଚôତ ହୋଇଛନ୍ତି ।

ସେହିପରି ଏହି ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜନୈତିକ ବ୍ୟକ୍ତିଙ୍କ ହାତବାରିଷୀ ସାଜି ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ତାଲିକାଭୁକ୍ତ କରାଯାଇଥିବା ନେଇ ୫ଟି ସଚିବ, ଭିଜିଲାନ୍ସ ବିଭାଗ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରେ ଉକ୍ତ ପଞ୍ଚାୟତର ସାମାଜିକ କର୍ମୀ ଆଲୋକ କୁମାର ଜେନା ଅଭିଯୋଗ କରିଛନ୍ତି । ସେହିପରି ସାଲେପୁର ବ୍ଲକ୍ର ବିିଭିନ୍ନ ପଞ୍ଚାୟତରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଥିବା ସେ ମଧ୍ୟ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here