ସାଲେପୁର: ବାପ ମାଆ ବୁଢ଼ା ବସୟରେ ପୁଅ ବୋହୁ ଠାରୁ ସେବା ପାଇବା ଆଶା କରିଥାନ୍ତି । ମାତ୍ର ବୃଦ୍ଧା ମାଆକୁ ମାଡ଼ମାରି ଘରୁ ବାହାରକରି ଦେବା ଓ ଏହି ଘଟଣାରେ ବାପକୁ ମଣ୍ଡ ନ ପୁରାଇବା ପାଇଁ ଧମକ ଦେବା ଘଟଣା ସାଲେପୁର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଭିଡ଼ିଓ ଭାଇରାଲ ପରେ ଏହି ଘଟଣା ପଦାକୁ ଆସିଛି । ଘଟଣାରୁ ପ୍ରକାଶ ସାଲେପୁର ଥାନା ଅଧିନ ଜପକୁଦ ଫାଣ୍ଡି ଅଞ୍ଚଳ ତାଳପଦା ଗ୍ରାମର ବାବାଜୀ ସ୍ୱାଇଁଙ୍କ ପତ୍ନି ନୟନା ଦେଇ ଅଟନ୍ତି । ତେବେ ନୟନାଙ୍କ ର ଦୁଇଜଣ ବିବାହିତ ସାବତ ପୁଅ ହେଲେ ସୁରେଶ ସ୍ୱାଇଁ ଓ ରମେଶ ସ୍ୱାଇଁ । ତେବେ ବୃଦ୍ଧା ମାଆକୁ ଚଳେଇବା ପରିବର୍ତ୍ତେ ପୁଅ ବୋହୁ ମାଡ଼ମାରି ନୟନାକୁ ଘରୁ ବାହାର କରିଦେଇଥିବା ବେଳେ ବାପକୁ ମଧ୍ୟ ଚୁପ୍ ରହିବା ପାଇଁ ଧମକ ଦେଇଥିବା ଭିଡ଼ିଓ ଭାଇରାଲ ହୋଇଛି । ଯଦି ବୃଦ୍ଧ ବାପ ବାବାଜୀ ଏ କଥାରେ ମୁଣ୍ଡ ପୁରାନ୍ତି ତେବେ ତାଙ୍କୁ ମାରି ଦେବା ପାଇଁ ମଧ୍ୟ ଧମକ ଦିଆଯାଇଥିବା ଜଣାପଡ଼ିଛି । ଏହି ଭିଡ଼ିଓଟି ପୁରୀ ଜିଲ୍ଲାରୁ ଭାଇରାଲ ହେଲା ପରେ ଘଟଣା ପଦାକୁ ଆସିଥିଲା । ବୃଦ୍ଧ ବାପମାଆଙ୍କୁ ପୁଅ ଚଳାଇବା ପାଇଁ ସରକାର ନିୟମ କରିଥିବା ବେଳେ ଏଠାରେ ନୟନାଙ୍କ ଦୁଇପୁଅ ସରକାରଙ୍କ ନିୟମକୁ ଦଳି ମକଚି ଦେଇଛନ୍ତି । ଘଟଣାର ବିଧିବଦ୍ଧ ତଦନ୍ତ କରାଯିବାକୁ ପ୍ରଶାସନ ନିକଟରେ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here