ବେଜିଂ,୬ା୧୧(ଏଜେନ୍ସି): ଚାଇନା ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ମହିଳା ବର୍ଗରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ମଙ୍ଗଳବାର ବିଶ୍ୱ ବିଜେତା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ବେଳେ ବୁଧବାର ଭାରତକୁ ଆଉ ଏକ ଝଟ୍‌କା ଲାଗିଛି । ସିନ୍ଧୁଙ୍କ ପରେ ଅନ୍ୟତମ ଷ୍ଟାର ସଟଲର ସାଇନା ନେହ୍ୱାଲ ମଧ୍ୟ ଚାମ୍ପିଅନସିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସାଇନାଙ୍କ ମୁକାବିଲା ଚାଇନାର କାଇ ୟାନ ୟାନଙ୍କ ସହ ହୋଇଥିଲା । ତେବେ ୟାନ ଏକ ତରଫା ଭାବେ ସାଇନାଙ୍କୁ ୨୧-୯ ଓ ୨୧- ୧୨ରେ ହରାଇ ଦେଇଥିଲେ । ମାତ୍ର ୨୪ ମିନିଟ୍‌ ମଧ୍ୟରେ ସାଇନାଙ୍କୁ ସେ ଟୁର୍ଣ୍ଣାମେଣ୍ଟରୁ ବିଦା କରି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here