ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‌ ଉଦ୍‌ଘଟନୀ ସମାରୋହରେ ନିଜର ମନଜିଣା ଅନ୍ଦାଜରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏକତ୍ରୀତ ହୋଇଥିବା କ୍ରୀଡାପ୍ରେମୀଙ୍କ ହୃଦୟ ଜିଣି ନେଇଛନ୍ତି କିଙ୍ଗଖାନ୍‌ ଶାହାରୁଖ୍‌ । ଫିଲ୍ମ ଅନ୍ଦାଜରେ ଉଦ୍‌ଘାଟନୀ ମଞ୍ଚରେ ପ୍ରବେଶ କରି ଶାହାରୁଖ ୧୬ ଦେଶର ହକି କ୍ୟାପ୍‌ଟନ୍‌ଙ୍କୁ କରମର୍ଦ୍ଦନ କରି ଶୁଭେଚ୍ଛା ଜଣାଇବା ସହ ଓଡ଼ିଆରେ ‘ଆପଣଙ୍କୁ ଧନ୍ୟବାଦ’ କହି ଓଡ଼ିଶାବାସୀଙ୍କୁ ଉଲ୍ଲସିତ କରିଥିଲେ।

‘ମୋର ବାପା ଥିଲେ ଜଣେ ହକି ଖେଳାଳି। ମୁଁ ୮ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିଲି। ତା’ପରେ ୧୮ବର୍ଷ ବୟସରେ ସ୍କୁଲ ହକି ଟିମ୍‌ରେ କ୍ୟାପଟନ୍‌ ହୋଇଥିଲି। ଆଉ ୩୮ ବର୍ଷ ବୟସରେ ‘ଚକଦେ ଇଣ୍ଡିଆ ’ ଫିଲ୍ମରେ ଭାରତୀୟ ମହିଳା ହକି ଦଳର କୋଚ୍‌ ଭୂମିକା ତୁଲାଇ ଥିଲି। ଏହା ହେଉଛି ହକି ସହ ମୋର ସମ୍ପର୍କ’।ଏମିତି ସୁନ୍ଦର ଭାବେ ନିଜ ଜୀବନର ଅଜଣା କଥାକୁ ବଖାଣିଥିଲେ କିଙ୍ଗ ଖାନ୍‌। ଏଥିସହ ସେ ସେଣ୍ଟର ଫରଓ୍ଵାର୍ଡରେ ଖେଳୁଥିବା କଥା କହିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡୁନ୍‌ ସ୍କୁଲ ହକି ଟିମ୍‌ର ଗୋଲ କିପର ଥିବା କଥା ପ୍ରକାଶ କରିଥିଲେ।

ଶେଷରେ ୧୮ଦିନର ୩୬ଟି ମ୍ୟାଚର ୭୦ମିନିଟ୍‌ ଲେଖାଏଁ ଖେଳକୁ ମନ ଭରି ଖେଳିବା ଲାଗି ପରାମର୍ଶ ଦେଇଥିଲେ। ‘ଚକଦେ ଇଣ୍ଡିଆ’ ଫିଲ୍ମର ଏକ ଲୋକପ୍ରିୟ ଡାଏଲଗ୍‌ କହି ପୂରା ଷ୍ଟାଡିୟମ୍‌କୁ ମଜାଇ ଦେଇଥିଲେ।

Loading...

LEAVE A REPLY

Please enter your comment!
Please enter your name here