ରଣପୁର : ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଅଲ୍ ଓଡିଶା ପରିବହନ ଶ୍ରମିକ ଫେଡେରେସନ୍ ଓ ସି.ଆଇ.ଟି.ୟୁ ମିଳିତ ସହଯୋଗରେ ଜୁନ୍ ୩୦ ତାରିଖ ମଙ୍ଗଳବାର ଦିନ ରଣପୁର ରେ ଏକ ପ୍ରତିବାଦ ସଭା କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ରଣପୁର ସି.ଆଇ.ଟୁ.ୟୁ ର ଆଂଚଳିକ ନେତା ଓ ରଣପୁର ମୋଟର କର୍ମଚାରୀ ଓ ଅଟୋ ଚାଳକ ସଙ୍ଘ ରଣପୁର ଉପର ବଜାର ବସ୍ଷ୍ଟାଣ୍ଡଠାରେ ଏକ ପ୍ରତିବଦା ସଭା ହୋଇଥିଲା । ଏଥିରେ ଶ୍ରମିକ ନେତା ସୁସୀଲ ମହାନ୍ତି, ଗୁନ ମହାରଣା, ଶ୍ରୀନିବାସ ସ୍ୱାଇଁ, ବିନାୟକ ମହାପାତ୍ର ଓ ସନାତନ ରଣା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

କ୍ଷତିଗ୍ରସ୍ତ ପରିବହନ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ବାରମ୍ବାର ତୈଳଦର ବୃଦ୍ଧି କରୋନା ସମୟରେ ଯାନବାହାନ ବନ୍ଦ ଯୋଗୁଁ ପରିବହନ ଶ୍ରମିକମାନେ ଅନେକ କ୍ଷତି ସହିଛନ୍ତି । ତେଣୁ ପେଟ୍ରୋଲ, ଡିଜେଲ ଲିଟର ଦର ୨୦ ଟଙ୍କା ହ୍ରାସ କରିବା , ସମସ୍ତ ପରିବହନ ଶ୍ରମିକ ମାନଙ୍କ ମାସିକ ୭୫୦୦ଟଙ୍କା ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା, ପ୍ରତ୍ୟେକ ଶ୍ରମିକଙ୍କ ମୁଣ୍ଡପିଛା ମାସିକ ୧୦ କେଜି ଚାଉଳ କିମ୍ବା ଗହମ ୬ ମାସ ପ୍ରଦାନ କରିବା, ପରିବହନ କର୍ମଚାରୀ ମାନଙ୍କୁ ୫ଲକ୍ଷ ଟଙ୍କା ବୀମାଭୁକ୍ତ କରିବା ଓ ପରିବହନ କର୍ମଚାରୀ ମାନଙ୍କ କଲ୍ୟାଣ ବୋର୍ଡ ଗଠନ କରିବା ପାଇଁ ଦାବି କରାଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here