ପ୍ରତ୍ୟେକ ଫୁଲ ଗଛ ଭଳି ଗୋଲାପ ଗଛରେ ମଧ୍ୟ ରୋଗ ହୋଇଥାଏ । ଆଶାନୁରୂପ ଫୁଲ ନ ହେବା, ଛୋଟ ଆକାର ବା କମ୍‌ ଫୁଲ ଫୁଟିବା କିମ୍ବା ଗଛ ରୋଗିଣା ହେଲେ ନିରାଶ ଲାଗିଥାଏ । ତେଣୁ ଗୋଲାପ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣି ଠିକ୍‌ ସମୟରେ ନିରାକରଣ ବ୍ୟବସ୍ଥା କରିବା ଜରୁରୀ । ଡାଇବେକ୍‌ ବା ଶୀର୍ଷାରମ୍ଭୀ କ୍ଷୟ ରୋଗ ଦେଶୀ ଗୋଲାପର ଏହା ଏକ ପ୍ରମୁଖ ରୋଗ । ଏ ରୋଗ ଗଛର ଉପର ଭାଗରୁ ତଳ ଆଡ଼କୁ ବ୍ୟାପିଥାଏ । ଶାଖା କଟା ହେବା ପରେ ଉକ୍ତ ସ୍ଥାନରୁ ରୋଗ ଆଗକୁ ବଢ଼ି ଗଛକୁ ମାରିଦିଏ । ସାରର ଅନୁଚିତ୍‌ ପ୍ରୟୋଗ, ସେଚ ଓ ଜଳ ନିଷ୍କାସନରେ ଅବହେଳା, ସୂର୍ଯ୍ୟକିରଣ ଅଭାବ ଆଦି ଯୋଗୁ ଏହି ରୋଗ ହୋଇଥାଏ । ଉପଚାର- ରୋଗଗ୍ରସ୍ତ ଶାଖାକୁ କାଟି ଅଲଗା କରିଦିଅନ୍ତୁ । କଟା ସ୍ଥାନରେ ବ୍ଲାଇଟକ୍ସ ୫୦ର ମାତ୍ରା ୫୦୦ ଗ୍ରାମ୍‌, ଚୂନା ୨୫୦ ଗ୍ରାମ୍‌, ୫ ମିଲିଗ୍ରାମ୍‌ ଡାଏଜିନାମ୍‌ ୫ ଲିଟର ପାଣିରେ ମିଶାଇ ଲଗାନ୍ତୁ । ଚାରି ଭାଗ କପର କାର୍ବୋନେଟ୍‌,ଚାରି ଭାଗ ଲାଲ୍‌ ସୀସା ଓ ୫ ଭାଗ ଅଳସୀ ତେଲ ଲେପ ତିଆରି କରି ଲଗାଯାଇପାରିବ । ବବିଷ୍ଟିନ୍‌ ବା ବେନଲେଟ୍‌କୁ ଅଳସୀ ତେଲରେ ମିଶାଇ ଲଗାଇପାରିବେ । ପାଉଡରୀ ମିଲ୍‌ଡୁ୍ୟ- ଏହା ଏକ ପରାଙ୍ଗପୁଷ୍ଟ ଉଦ୍ଭିଦ (ପାରାସାଇଟ୍‌) ଜନିତ ରୋଗ ଯାହା ଶୀତଳ ଓ ଶୁଷ୍କ ପରିବେଶରେ ଉକ୍ସଊନ୍ନ ହୋଇଥାଏ । ଏହାର ଲକ୍ଷଣ ଗଛର ପ୍ରତ୍ୟେକ ଭାଗରେ ଦେଖାଯାଇଥାଏ । ପ୍ରଥମେ ପତ୍ର ଓ ପରେ ଅନ୍ୟଭାଗକୁ ରୋଗ ମାଡ଼ି ପତ୍ର ଉପରେ ଏକ ଧଳା ପରସ୍ତ ଜମିଯାଏ । କଢ଼ରେ ରୋଗ ହେବା ଦ୍ୱାରା ଫୁଲ ଫୁଟେ ନାହିଁ ଓ ପତ୍ର ଝଡ଼ିବାକୁ ଲାଗେ ।
ଉପଚାର- ୧ ଲିଟର ପାଣିରେ ୨ ଗ୍ରାମ୍‌ ସଲ®ର ମିଶାଇ ଛିଞ୍ଚନ୍ତୁ । ୨-୩ ଗ୍ରାମ୍‌ ଡାଏଥେନ୍‌ ଏମ୍‌-୪୫କୁ ୧ ଲିଟର ପାଣିରେ ମିଶାଇ ପକାଇପାରିବେ । ଗନ୍ଧକ ଚୂର୍ଣ୍ଣ ବ୍ୟବହାର କରିପାରିବେ ।
ଅଙ୍ଗମାରୀ ରୋଗ- ଏହି ପରାଙ୍ଗପୁଷ୍ଟ ଉଦ୍ଭିଦ ଜନିତ ରୋଗ ଡାଇବେକ୍‌ ସହିତ ଦେଖାଯାଏ । ଏହାଦ୍ୱାରା ଶାଖାରେ ଛୋଟ ଛୋଟ ବାଦାମୀ ରଙ୍ଗର ଦାଗ ସୃଷ୍ଟି ହୁଏ ।
ଉପଚାର- ରୋଗଗ୍ରସ୍ତ ଶାଖାକୁ କାଟି ପୋଡ଼ି ଦିଅନ୍ତୁ । ୨ ଗ୍ରାମ୍‌ ଡାଇନୋକେପ୍‌କୁ ୧ ଲିଟର ପାଣିରେ ମିଶାଇ ୨-୩ ଥର ଛିଞ୍ଚନ୍ତୁ ।

LEAVE A REPLY

Please enter your comment!
Please enter your name here