ଲକ୍ଷ୍ନୌ: ନିର୍ବାଚନ ଆସିବା ମାତ୍ରେ ଖୋଜାପଡ଼େ ସେଲିବ୍ରେଟି ରିଟର୍ଣ୍ଣିଂ ଅଫିସର ରୀନା ଦ୍ୱିବେଦୀଙ୍କୁ। ପୂର୍ବରୁ ହଳଦିଆ ଶାଢ଼ୀରେ ଲୋକସଭା ନିର୍ବାଚନ ସମୟରେ ଚର୍ଚ୍ଚାରେ ଥିବା ଏହି ପିଡବ୍ଲୁଡି ଅଧିକାରୀଙ୍କର ଇଭିଏମ୍‌ ସହ ଫଟୋ ବିଭିନ୍ନ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା।

ସୋମବାର ଉତ୍ତର ପ୍ରଦେଶର ଏକ ଉପନିର୍ବାଚନରେ ତାଙ୍କୁ ଏକ ଗୋଲାପୀ ଶାଢ଼ୀରେ ଦେଖିବାକୁ ମିଳିଛି। ସେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟର କ୍ରିଷ୍ଣାନଗର ଠାରେ ଇଲେକ୍ସନ୍‌ ଡ୍ୟୁଟିରେ ଯୋଗ ଦେଇଥିଲେ। ଗୋଲାପୀ ଏବଂ ଗୋଲଡେନ୍‌ ରଙ୍ଗ ମିଶା ଶାଢ଼ୀରେ ତାଙ୍କର ଫଟୋ ସବୁ ତାଙ୍କ ଫ୍ୟାସନ୍‌ ସ୍କିଲ୍‌କୁ ପୁଣି ସାମ୍ନାକୁ ଆଣିଛି। ଏହା ପ୍ରମାଣିତ କରିଛି ସେ ପ୍ରଶାସନ ସମ୍ଭାଳିବାରେ ଯେମିତି ଫ୍ୟାସନ୍‌ରେ ବି ସେମିତି ଧୂରୀଣ।

ରୀନା ନିର୍ବାଚନ ସମୟରେ ଭୋଟରଙ୍କ ପରିଚୟ ଯାଞ୍ଚ କରିବା ଓ କାଳି ଲଗାଇବା ଆଦି କାମରେ ବ୍ୟସ୍ତ ଥିବା ସମୟରେ ବେଶ୍‌ କିଛି ଭୋଟର ଏବଂ ଫଟୋଗ୍ରାଫର ତାଙ୍କର ଫଟୋ ଉଠାଇବାରେ ଲାଗିଥିଲେ। ତାଙ୍କ ଡାହାଣ ହାତରେ ନୀଳ ଓ କଳା ରଙ୍ଗର ଏକ ଘଣ୍ଟା ଏବଂ ବାମ ହାତରେ ବ୍ରେସ୍‌ଲେଟ୍‌ ଅନ୍ୟତମ ଆକର୍ଷଣ ଥିଲା। ସ୍ପଷ୍ଟ ଜଣାପଡ଼ୁଥିଲା ଗତ ମେ’ ମାସରେ ତାଙ୍କୁ ନେଇ ଆରମ୍ଭ ହୋଇଥିବା କ୍ରେଜ୍‌ ଏବେ ମଧ୍ୟ ବଜାୟ ରହିଛି।

ରୀନା ଏପରି ଷ୍ଟାରଡମ୍‌କୁ ନେଇ କୁହନ୍ତି, “ମୁଁ ମୋ ଅଜାଣତରେ ସରକାରୀ ଅଧିକାରୀଙ୍କୁ ନେଇ ରହିଥିବା ଚିରାଚରିତ ଧାରଣାକୁ ଭାଙ୍ଗିପାରିଛି। ଏବେ ଯେଉଁଆଡ଼େ ଗଲେ ଲୋକେ ମୋତେ ଚିହ୍ନି ପକାଉଛନ୍ତି। ଲୋକଙ୍କର ଯଥେଷ୍ଟ ଭଲପାଇବା ଏବଂ ସମ୍ମାନ ରହିଛି। ଏପରିକି ମୁଁ ଆଣ୍ଡାମାନ୍‌ ନିକୋବର ଯାଇଥିବା ସମୟରେ ଲୋକେ ମୋତେ ଚିହ୍ନି ସେଲ୍‌ଫି ପାଇଁ ଅନୁରୋଧ କରିଛନ୍ତି।”

LEAVE A REPLY

Please enter your comment!
Please enter your name here