ନିମାପଡା,୨୦ା୫ା(ସବୁ୍ୟ):ଅମ୍ପାନ ବାତ୍ୟା ଯୋଗୁଁ ନିମାପଡା ଅଂଚଳରେ ବିଶେଷ କ୍ଷୟକ୍ଷତି ଘଟିନଥିବା ଜଣାପଡିଛି ।ଗତ ବର୍ଷ ଫନୀ ବାତ୍ୟା ତୁଳନାରେ ଅମ୍ପାନର ବର୍ଷା ଓ ପବନର ବେଗ ଏଠାରେ ବହୁତ କମ ରହିଥିବା କୁହାଯାଉଛି ।ଗତ ମଙ୍ଗଳବାର ରାତ୍ରରେ ଅମ୍ପାନ ପ୍ରଭାବରେ ପବନ ଓ ବର୍ଷା ହୋଇଥିଲା ।ଘଂଟାପ୍ରତି ୮୦ରୁ ୯୦ କି.ମି ବେଗର ପବନ ବୋହିଥିବା ବେଳେ ୪୬.୩ ମି.ମି ବର୍ଷା ହୋଇଥିବା ଜଣାପଡିଛି ।ପବନରେ ମୁଖ୍ୟ ରାସ୍ତା ଉପରେ କେତେକ ଛୋଟବଡ ଗଛ ଭାଙ୍ଗି ପଡିଥିଲା ।

ଦମକଳ ବାହିନୀର କର୍ମଚାରୀ ମାନେ କଟର ସାହାର୍ଯ୍ୟରେ ଗଛ ଗୁଡିକୁ କାଟି ରାସ୍ତା ସଫା କରିଥିଲେ ।ବର୍ଷା ପବନରେ ନିମାପଡା ଅଂଚଳରେ କୋଣସି ଧନ ଜୀବନ ହାନି ଘଟିବାର ସୂଚନା ହସ୍ତଗତ ହୋଇନାହିିଁ ।ପବନରେ ଧାନ,ପାନ,ରାଶି,ପନିପରିବା ଆଦି ଫସଲ ନଷ୍ଟ ହୋଇଥିବା କେତେକ ଚାଷୀ କହିଛନ୍ତି ।ସମସ୍ତ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରି ୨ଦିନ ମଧ୍ୟରେ ପ୍ରଦାନ କରିବାକୁ ତହସିଲଦାର ରାଜସ୍ୱନିରିକ୍ଷିକ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ୭୨ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ୧୯୩୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବିଡିଓ ମନୋଜ ବେହେରା ପ୍ରକାଶ କରିଛନ୍ତି ।ଆଜି ସକାଳୁ ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଅଂଚଳର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହିତ ସ୍ଥିତି ଅନୁଧ୍ୟାହ୍ନ କରିଥିଲେ

LEAVE A REPLY

Please enter your comment!
Please enter your name here