ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ରାଷ୍ଟ୍ରୀୟ ସ୍ୱଂୟସିଦ୍ଧ ସମ୍ମାନ ପୁରସ୍କାରର ତୃତୀୟ ସଂସ୍କରଣ ନିମନ୍ତେ ପୂର୍ବଭାରତରୁ ଆସିଥିବା ନାମାଙ୍କନର ଆଞ୍ଚଳିକ ମୂଲ୍ୟାୟନ ଆଜି କଲକତାଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡିକରୁ ସମୁଦାୟ ୧୧୨ ଟି ନାମାଙ୍କନ ଆସିଥିବାବେଳେ, ୬୦ ଟି ନାମାଙ୍କନକୁ ମୂଲ୍ୟାୟନ ନିମନ୍ତେ ବଛା ଯାଇଥିଲା । ସେମାନଙ୍କ ମଧ୍ୟରୁବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଦ୍ୱାରା ୧୦ଜଣ ବ୍ୟକ୍ତିବିଶେଷ ଓ ୧୦ଟି ଅନୁଷ୍ଠାନକୁ ଜାତୀୟସ୍ତରୀୟ ମୂଲ୍ୟାୟନ ନିମନ୍ତେ ଚୟନ କରାଯାଇଥିଲା ।


ପୂର୍ବାଞ୍ଚଳ ବିଚାରକମଣ୍ଡଳୀ ମଧ୍ୟରେ ଥିଲେ, କଲକତା ପ୍ରେସକ୍ଲବ୍ର ସଭାପତି ଶ୍ରୀସ୍ନେହାଷିସ୍ସୁର, ସୁନାମଧନ୍ୟ କଳାକାର ଶ୍ରୀଦେବାଶିଷ ମଲିକ ଚୌଧରୀ, ପରିବେଶ ବିତ୍ଡଃ ଦିପାୟନ ଦେ, ନାବାର୍ଡର ପୂର୍ବତନ ସିଜିଏମ୍ଡଃସନ୍ଦିପ୍ଘୋଷଏବଂସିନି-ଏସଡବ୍ଲ୍ୟଏସରସଂପାଦକ ଶ୍ରୀସୁଜୟରାୟ ।
ଜେଏସପିଏଲ ଫାଉଣ୍ଡେସନରସହ-ଅଧକ୍ଷା ଶ୍ରୀମତି ଶାଲୁଜିନ୍ଦଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତଏହି ପୁରସ୍କାରଚୟନ ପ୍ରକ୍ରିୟାରେ ଜାତୀୟସ୍ତରରେ୧୦ଜଣ ବ୍ୟକ୍ତିବିଶେଷ ଓ ୧୦ଟି ଅନୁଷ୍ଠାନକୁ ରାଷ୍ଟ୍ରୀୟସ୍ୱଂୟସିଦ୍ଧ ସମ୍ମାନ ପୁରସ୍କାର ପ୍ରଦାନ କରାଯିବ । ପ୍ରତ୍ୟକବିଜେତାଙ୍କୁ ଏକ ଲକ୍ଷଟଙ୍କା ସହିତ ମାନପତ୍ର ଦିଆଯିବ । ଏହିଆଞ୍ଚଳିକମୂଲ୍ୟାୟନ ପ୍ରକ୍ରିୟାକୁଜେଏସପିଏଲର ସିଏସଆର ମୂଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here