ରାୟଗଡା,୧୦ ।୯(Rabindra Patkhandal): ଦାଦନ ଆଣିଦେଇଛି ଦୁଃଖ । ବୌଦ୍ଧ ଜିଲ୍ଲାରୁ ଦାଦନ ଶ୍ରମିକ ନେଇ ଆସୁଥିବା ତାମିଲନାଢୁ ବସ ଦୁର୍ଘଟଣା ଗ୍ରସ୍ତ । ୯ ଜଣ ଶ୍ରମିକ ଆହାତ ହୋଇଥିବା ବେଳେ ୪ ଜଣ ଶ୍ରମିକ ଗୁରୁତ୍ୱର ଆହାତ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ଦେଇ ନିଜ ଭିଟାମାଟିକୁ ଫେରିଥିଲେ ପ୍ରଭାସୀ । ଏବେ ପୁଣି ଦାଦନ ଖଟିବାକୁ ଯାଉଛନ୍ତି ସେହି ରାସ୍ତା ଦେଇ । ତେବେ ପ୍ରଭାସୀ ଘରକୁ ଫେରିବା ବେଳେ ପାଦରେ ଚାଲିଚାଲି ଅଖିଆ ଅପିଆ ଭୋକ ଦେଖିଥିଲେ ଏହି ରାୟଗଡ଼ା ଜିଲ୍ଲା ବାସୀ ।

ପୁଣି ଏବେ ଦାଦନ ଖଟିବାକୁ ଯାଉଥିବା ଆଉ ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଏହି ରାୟଗଡ଼ା ଜିଲ୍ଲାରେ । ଦୀର୍ଘ ୫ ମାସ ପରେ ପୁଣି ଥରେ ଦାଦନ ଶ୍ରମିକ ମାନେ ନିଜନିଜ କର୍ମକ୍ଷେତ୍ର ମୁହାଁ ହୋଇଛନ୍ତି । ଶ୍ରମିକ ମାନଙ୍କୁ ନେବା ପାଇଁ ବାହାର ରାଜ୍ୟର କମ୍ପାନୀ ଗୁଡିକ ବସ ବ୍ୟବସ୍ଥା କରି ପୁଣି ଥରେ କର୍ମକ୍ଷେତ୍ରକୁ ନେବା ପାଇଁ ବନେ୍ଦାବସ୍ତ କରିଛନ୍ତି । ଗତ କିଛି ଦିନ ତଳେ ରାୟପୁର ଠାରେ ଏକ ଶ୍ରମିକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଜି ରାୟଗଡା ଠାରେ ଏକ ଶ୍ରମିକ ବସ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ବିହାର ରାଜ୍ୟର ଆଲିଗଞ୍ଜରୁ ତାମିଲନାଡୁ ଅଭିମୁଖେ ଏକ ଘରୋଇ ବସ ଶ୍ରମିକ ମାନଙ୍କୁ ନେଇ ବାହାରିଥିଲା ।

ଆଲିଗଞ୍ଜରୁ ୨୨ ଜଣ ଏବଂ ଓଡିଶାର ରାଉରକେଲା,ବୌଦ୍ଧ କଣ୍ଟାମାଳ,ବଲାଙ୍ଗୀର ଆଦି ଅଞ୍ଚଳରୁ ୪୩ ଜଣଙ୍କୁ ନେଇ ତାମିଲନାଡୁ ଅଭିମୁଖେ ବାହାରିଥିଲା । ବସଟି ରାୟଗଡା ସଦର ମହୁକମା ଠାରୁ ୧୦ କି.ମି ଦୂର ଗୁମ୍ମା ଘାଟି ନିକଟରେ ବ୍ରେକ ଫେଲ ହୋଇଥିବାରୁ ବସଟି ଓଲଟି ପଡ଼ିଥିଲା । ଫଳରେ ବସରେ ଥିବା ୯ ଶ୍ରମିକ ଆହତ ହୋଇଥିଲେ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇବା ପରେ ରାୟଗଡା ପୋଲିସ ଏବଂ କୁମ୍ଭିକୋଟା ଫାଣ୍ଡି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ବସରେ ଥିବା ଅନ୍ୟ ଯାତ୍ରୀ ମାନଙ୍କୁ ରାୟଗଡା ସହରସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ରଖାଯାଇଛି । ପ୍ରଶାସନ ତରଫରୁ ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଯିବ ବୋଲି ଶ୍ରମ ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here