ରାୟଗଡା,୯ ।୯( ରବୀନ୍ଦ୍ର ପାଟଖଣ୍ଡଳ ) : ଦାଦନ ଶ୍ରମିକଙ୍କ ପାଇଁ ଓଡ଼ିଶା ଚଚ୍ଚିଁତ । ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକ ଲକଡ଼ାଉନ ପାଇଁ ଫେରିଆସିଥିବା ବେଳେ କରୋନା କଟକଣା କିଛିଟା ମାତ୍ରାରେ କୋହଳ ହେଲା ପରେ ଏବେ ଓଡିଶାର ଦାଦନ ଶ୍ରମିକ ମାନଙ୍କୁ ପୁଣି ଥରେ କାମର ଲୋଭ ଦେଖାଇ ବାହାର ରାଜ୍ୟର ଗାଡି ଓଡିଶା ମୁହାଁ ହୋଇଛନ୍ତି । ଏ ନେଇ ଆଜି ତାମିଲନାଡୁର ଏକ ବସ ଟିଏନ ୨୮ ଏଏକ୍ସ ୭୨୯୯ ବଲାଙ୍ଗୀରର ବେଲପଡାର ଦାଦନ ଶ୍ରମିକ ମାନଙ୍କୁ ତାମିଲନାଡୁ ନେବା ପାଇଁ ଆସିଥିଲା ।

ରାୟଗଡା ସଦର ମହକୁମା ଠାରୁ ୫ କି.ମି ଦୂର ସ୍ଥିତ ପିତାମହଲ ଠାର ରାୟଗଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଗାଡି ମଟର ଯାଞ୍ଚ ହେଉଥିଲା । ସେହି ସମୟରେ ଗାଡିଟିକୁ ଅଟକାଇଥିଲେ ଆଇଟିଓ ଦିଲ୍ଲୀପ କୁମାର ଦଳେଇ ଗାଡିର ଆବଶ୍ୟକ କାଗଜପତ୍ର ମାଗିଥିଲେ । ବସର ଡ୍ରାଇଭର ଏସ.ରବି ଓ ପି.ନାରାୟଣ ଗାଡିର କୌଣସି ସଠିକ କାଗଜପତ୍ର ନ ଦେଖାଇ କେବଳ ଇ ପାସ ଦେଖାଇଥିଲେ । ଏ ନେଇ ରାୟଗଡା ଆରଟିଓ ଶ୍ରୀଦଳେଇ ଗାଡିର କୌଣସି ଆବଶ୍ୟକ କାଗଜପତ୍ର ନଥିବା ଦର୍ଶାଇ ୧୯ ହଜାର ଟଙ୍କା ଫାଇନ ପକାଇଥିଲେ । ବସଟି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡା ଠାରୁ ତାମିଲନାଡୁର ତିରୁପୁର ଠାରେ ଥିବା ସୂତାକଳକୁ ଯିବାର ଥିଲା ।

LEAVE A REPLY

Please enter your comment!
Please enter your name here