ରାୟଗଡା,୭ ।୯ (Rabindra Patkhandal) କୋରନାର କରାଳ ରୂପ ବିସ୍ତାର କରିଛି ରାୟଗଡା ଜିଲ୍ଲାରେ ୨୯ଜଣକ ଜୀବନ ନେବା ସହିତ ୫ ହଜାର ୪ଶହ ୬୨କୁ ଟପିଲାଣି ପଜିଟିଭ୍‌ ସଂଖ୍ୟା । ତଥାପି କରୋନାକୁ ପ୍ରତିରୋଧକରି ଜିଲ୍ଲାରେ ସୁସ୍ଥ ହାର ମଧ୍ୟ ଖୁବ ଭଲ ଅଛି । ୮୭.୫୫ ପ୍ରତିଶତ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ମୋଟ ୪ ହଜାର ୭ଶହ ୮୨ ଜଣ ସୁସ୍ଥ ହେଲେଣି ।

ପ୍ରତିଦିନ କୋରନା ଯୋଦ୍ଧା ଆକ୍ରନ୍ତ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଆଜି ଜିଲ୍ଲାରୁ ୧୫୩ ପଜିଟିଭ୍ ଚିହ୍ନଟ ହେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୯୧ ପୁରୁଷ ଏବଂ ୬୨ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ର୍ାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୧ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି ।

ଏଥି ସହ ଜଣେ ସଂକ୍ରମିତ ପଡୋଶୀ ଜିଲ୍ଲା କରୋପୁଟରୁ ଆସିଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ରାମନାଗୁଡାରୁ ୬୯, ମୁନିଗୁଡାରୁ ୨୦, କାଶିପୁରରୁ ୧୮, ରାୟଗଡା ଗ୍ରାମାଞ୍ଚଳରୁ ୧୭, ରାୟଗଡା ପୌରାଞ୍ଚଳରୁ ୧୦, ପଦ୍ମପୁରରୁ ୨ ଜଣ ଏବଂ ବିଷମକଟକ, ଗୁଣପୁର ଗ୍ରାମାଞ୍ଚଳ, କଲ୍ୟାଣସିଂହପୁରରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ୪୭୮୨ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ ରେ ପହଞ୍ଚିଛି ।

୬୫୧ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ଏଥି ସହ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୫୯୨ ଜଣ କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି । ୪୭୬ ଜଣ ସୁସ୍ଥ ହୋଇଥିବା ବେଳେ ୧୧୬ ଜଣ ଚିକିତ୍ସାଧିନ ଅଛନ୍ତି । ଏ ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସୂଚନା ହେଇଛନ୍ତି ।

LEAVE A REPLY

Please enter your comment!
Please enter your name here