ରାୟଗଡା (Rabindra Patkhandal) : ମାସ ଆରମ୍ଭରୁ ଜିଲ୍ଲାରେ ଦୁଇ ଦିନ ଥମିଥିବା ବେଳେ ପୁଣି ଉଗ୍ରରୂପ ନେଉଛି କରୋନା । ଗୁରୁବାର ଦିନ ଜିଲ୍ଲାରୁ ୧୧୧ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୧୬୯ ଜଣ ଚିହ୍ନଟ ହୋଇଛନ୍ତି । ଧୀରେ ଧୀରେ ଜିଲ୍ଲାରେ ପୁଣି ଥରେ ଅଧିକ ସଂଖ୍ୟାରେ ପିଜିଟିଭ୍ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀଙ୍କ ମନରେ ଛନକା ପସିଛି । ଜିଲ୍ଲାରେ ସମସ୍ତ ଦୋକାନ ବଜାର ଖୋଲା ଯାଇଥିବାରୁ କୋଭିଡ ୧୯ ଗାଇଡ ଲାଇନ ମାନି କିଣା ବିକା କରିବା ପାଇଁ ପ୍ରଶାସନ ତରଫରୁ ଗାଇଡ ଲାଇନ ଜାରୀ କରାଯାଇଛି । ସହରାଚଂଳରେ ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ସହରବାସୀଙ୍କୁ ସଜାଗ ଏବଂ ସତର୍କତା ଅବଲମ୍ବନ କରିବା ପାଇଁ ନିବେଦନ କରିଛନ୍ତି । ଏଥି ସହ ସମସ୍ତ ଜିଲ୍ଲାବାସୀ ମିଶି କରୋନାର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆହ୍ୱାନ ଜଣାଇଛନ୍ତି ।

ଶୁକ୍ରବାର ଜିଲ୍ଲାରୁ ୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧୭ ପୁରୁଷ ଏବଂ ୫୨ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ର୍ାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୧୨ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡା ସହରାଚଂଳରୁ ୪୨, ମୁନିଗୁଡାରୁ ୩୭, କଲ୍ୟାଣସିଂହପୁରରୁ ୩୬, ଗୁଣପୁର ସହରାଚଂଳରୁ ୨୭, ରାୟଗଡା ଗ୍ରାମାଚଂଳରୁ ୧୦, ପଦ୍ମପୁରରୁ ୫, ବିଷମକଟକରୁ ୨, ଗୁଡାରୀରୁ ୩, ରାମନାଗୁଡାରୁ ୩, ଗୁଣପୁର ଗ୍ରାମାଚଂଳରୁ ୨, କାଶିପୁର ଏବଂ କଲୋନରାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୪୧ ରେ ପହଂଚିଥିବା ବେଳେ ସୁସ୍ଥ ହୋଇ ୪୪୩୨ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬ ରେ ପହଂଚିଛି । ୬୮୩ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୫୭୬ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୪୪୨ ସୁସ୍ଥ ହୋଇଛନ୍ତି ଏବଂ ୧୩୪ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

 

LEAVE A REPLY

Please enter your comment!
Please enter your name here